ପୋଲିସ ଓ ବିଇଏମସିର ଖାଦ୍ୟ ତଦାରଖ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ
ଗଞ୍ଜାମ, ୩୦ ଜୁନ୍ (ହି.ସ.)- ବ୍ରହ୍ମପୁର ବଡବଜାର ଅଂଚଳରେ ଏକ ସସ୍‌, ବଡି ଓ ଆଚାର ଦୋକାନ ଉପରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ଖାଦ୍ୟ ତଦାରଖ ଅଧିକାରୀ ମାନେ ଆଜି ଚଢ଼ଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାରର ସସ୍‌, ବଡି, ପାମ୍ପଡ଼, ଆଚାର ଜବତ କରିଛନ୍ତି । ଏ
ପୋଲିସ ଓ ବିଇଏମସିର ଖାଦ୍ୟ ତଦାରଖ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ


ଗଞ୍ଜାମ, ୩୦ ଜୁନ୍ (ହି.ସ.)- ବ୍ରହ୍ମପୁର ବଡବଜାର ଅଂଚଳରେ ଏକ ସସ୍‌, ବଡି ଓ ଆଚାର ଦୋକାନ ଉପରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ଖାଦ୍ୟ ତଦାରଖ ଅଧିକାରୀ ମାନେ ଆଜି ଚଢ଼ଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାରର ସସ୍‌, ବଡି, ପାମ୍ପଡ଼, ଆଚାର ଜବତ କରିଛନ୍ତି । ଏହି ଗୋଦାମରେ ନକଲି ଜିନିଷ ଉପରେ ଅସଲି ବ୍ରାଣ୍ଡର ଲେବୁଲ ଲଗାଇ ବଜାରରେ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଥିଲା । ପୋଲିସ ଏବଂ ଖାଦ୍ୟ ତଦାରଖ ଅଧିକାରୀ ମାନଙ୍କ ପକ୍ଷରୁ ଜବତ ସାମଗ୍ରୀର ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଏହି ଘଟଣାରେ ଜଣକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande