ସମ୍ବଲପୁର, ୩୦ ଜୁନ୍ (ହି.ସ) - ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ଙ୍କର ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୪ଟି ଆବେଦନ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୩୯ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୫ଟି ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ତ୍ୱରିତ୍ ୦୩ଟି ଅଭିଯୋଗ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ସମାଧାନ ହୋଇଥିଲା। ଆଜି ଅଭିଯୋଗ ଶୁଣାଣି ଶେଷ ହେବା ପରେ ଜିଲ୍ଲାପାଳ ରେଢାଖୋଲ ଆଦର୍ଶ ବିଦ୍ୟାଳୟ, ବଡବାହଲ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ, ପ୍ରସାଦ ସେବନ ଗୃହ, କଦଳୀଗଡ ୱାଟର ଫିଲ୍ଟର ବିଲ୍ଡିଂ, କନ୍ଧରା ଭୀମଭୋଇ ପ୍ରକଳ୍ପ ବୁଲି ସମୀକ୍ଷା କରିବା ସହ ସେଠାକାର ବୁଣାକାର ଓ ଲୋକମାନଙ୍କ ସହ ଜିଲ୍ଲାପାଳ ସାକ୍ଷାତ କରି ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ