ସୂର୍ଯ୍ୟଘର ଯୋଜନା ଦିଗହରା : ରିହାତି ସତ୍ୱେ ଆଗକୁ ବଢୁନି ଯୋଜନା
ଧର୍ମଶାଳା, ୩୦ ଜୁନ୍‌ (ହି.ସ.)- ଯାଜପୁର ଜିଲାର ବଡଚଣା, ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦିଗହରା ହୋଇଛି । ବ୍ଲକବାସୀ ସୌରଶକ୍ତି ମାଧ୍ୟମରେ ମାଗଣା ବିଜୁଳି ପାଇବାର ସ୍ୱପ୍ନ ହୋଇ ରହିଯାଇଛି । ଦାୟିତ୍ୱରେ ଥିବା ବିଦ୍ୟୁତ୍‌କରଣ ସଂସ୍ଥାର ଏଥି
ସୂର୍ଯ୍ୟଘର ଯୋଜନା ଦିଗହରା : ରିହାତି ସତ୍ୱେ ଆଗକୁ ବଢୁନି ଯୋଜନା


ଧର୍ମଶାଳା, ୩୦ ଜୁନ୍‌ (ହି.ସ.)- ଯାଜପୁର ଜିଲାର ବଡଚଣା, ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦିଗହରା ହୋଇଛି । ବ୍ଲକବାସୀ ସୌରଶକ୍ତି ମାଧ୍ୟମରେ ମାଗଣା ବିଜୁଳି ପାଇବାର ସ୍ୱପ୍ନ ହୋଇ ରହିଯାଇଛି । ଦାୟିତ୍ୱରେ ଥିବା ବିଦ୍ୟୁତ୍‌କରଣ ସଂସ୍ଥାର ଏଥିପ୍ରତି ଆନ୍ତରିକ ଅଭାବ ଓ ବେସରକାରୀ ସଂସ୍ଥା ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ପାଉ ନ ଥିବାରୁ ଏହି ଯୋଜନା ଫେଲ ମାରିଛି । ଫଳରେ କେନ୍ଦ୍ରର ଯୋଜନା ଏହି ସବୁ ବ୍ଲକରେ ବିଫଳ ହୋଇଛି ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ଆଶାତିତ ସବ୍‌ସିଡ ଯୋଗାଇ ଦେଉଛନ୍ତି । ଯୋଜନାରେ ପ୍ରତି ହିତାଧିକାରୀ ନିଜ ଘର ଉପରେ ସୌର ପ୍ୟାନେଲ ବସାଇ ଅଳ୍ପ ବ୍ୟୟରେ ମାଗଣାରେ ବିଦ୍ୟୁତ୍ ଶକ୍ତି ପାଇବା ସହିତ ବଳକା ବିଦ୍ୟୁତ୍ ଆଗ୍ରହୀ ଉପଭେକ୍ତାଙ୍କୁ ବିକି ଲାଭବାନ ହୋଇପାରିବେ । ଏହା ଦ୍ୱାରା ବିଜୁଳି ସଂଚୟ ହେବା ସହିତ ଖର୍ଚ୍ଚ କମ୍ ହେବ । ଏହାଛଡା ଅନ୍ୟାନ୍ୟ ଅନେକ ସୁବିଧା ରହିଛି । ସରାକରଙ୍କ ପକ୍ଷରୁ ଏହି ଯୋଜନାକୁ ନେଇ ବିଭିନ୍ନ ସମୟରେ ପ୍ରଚାର ମାଧ୍ୟମରେ ଉପଭୋକ୍ତାଙ୍କୁ ଅବଗତ ଠିକ୍ ଭାବେ କରାଯାଉନାହିଁ । ଯେଉଁମାନେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ଉପଯୁକ୍ତ ମରାମର୍ଶ ମିଳୁ ନାହିଁ । ଯୋଜନାକୁ ସଫଳ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସରକାରୀ ନିୟନ୍ତ୍ରିତ ବିଦ୍ୟୁତ୍ ସଂସ୍ଥା ପକ୍ଷରୁ ଆଗ୍ରହୀ ହିତାଧିକାରୀଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା ସହ ସହଯୋଗ ମଧ୍ୟ ମିଳୁ ନାହିଁ । ସରକାରୀ ନିୟନ୍ତ୍ରିତ ସଂସ୍ଥା ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ଏହି ଯୋଜନା ପାଇଁ ଆଗେଇ ଆସୁଥିବା ଏକାଧିକ ବେସରକାରୀ ସଂସ୍ଥା ଯେତେ ଆଗ୍ରହ ଦେଖାଇଲେ ମଧ୍ୟ ଲୋକଙ୍କ ଭରସା ଓ ବିଶ୍ୱାସ ଜିତି ପାରୁ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ରେ ଶାସକ ବିଜେପି ପକ୍ଷରୁ ଯେଉଁ ୩ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ସଂକ୍ରାନ୍ତରେ କୁହାଯାଇଥିଲା ବାସ୍ତବରେ ତାହା ସୌର ପ୍ରକଳ୍ପଯୁକ୍ତ ବିଦ୍ୟୁତ୍ ବୋଳି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ମାଗଣା ବିଜୁଳି ଯୋଗାଣକୁ ପ୍ରସଙ୍ଗ କରି ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବା ସତ୍ୱେ କେଉଁ କାରଣରୁ ଏହି କେନ୍ଦ୍ରୀୟ ଯୋଜନା ସଫଳ ହୋଇପାରୁ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୌରଶକ୍ତି ମାଧ୍ୟମରେ ବିଜୁଳି ଉତ୍ପାଦନ କଲେ ପ୍ରତ୍ୟେକ ହିତାଧିକାରୀ ନାନା ପ୍ରକାର ସୁବିଧା ପାଇବା ସହିତ ଏହି ପ୍ରକଳ୍ପ ପରିବେଶ ପାଇଁ ବହୁ ଉପଯୋଗୀ ହେବ । ମାତ୍ର ଉପଯୁକ୍ତ ପ୍ରଚାର ଓ ପ୍ରସାର ଅଭାବରୁ ହିତାଧିକାରୀ ସୌରପ୍ରକଳ୍ପ ସ୍ଥାପନ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ସରକାର ଓ ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ବିଦ୍ୟୁତ୍ ଉପଭୋକ୍ତ ଉପକୃତ ହୋଇପାରିବେ ବୋଲି ଉପଭୋକ୍ତାମାନେ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande