ସାଧାରଣ ଧର୍ମଘଟର ସଫଳତା ପାଇଁ ସମାବେଶ
ସମ୍ବଲପୁର, ୩୦ ଜୁନ୍ (ହି.ସ.) - ସମ୍ବଲପୁର ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଆସନ୍ତା ୯ ଜୁଲାଇ ଅନୁଷ୍ଠିତ ହେବାକୁଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଓ ଏହାର ଦାବି ଗୁଡ଼ିକର ଯଥାର୍ଥତା ଉପରେ ଏକ ଆଲୋଚନା ଚକ୍ର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ଆନୁକୁଲ୍ୟରେ
ସାଧାରଣ ଧର୍ମଘଟର ସଫଳତା ପାଇଁ ସମାବେଶ


ସାଧାରଣ ଧର୍ମଘଟର ସଫଳତା ପାଇଁ ସମାବେଶ


ସାଧାରଣ ଧର୍ମଘଟର ସଫଳତା ପାଇଁ ସମାବେଶ


ସମ୍ବଲପୁର, ୩୦ ଜୁନ୍ (ହି.ସ.) - ସମ୍ବଲପୁର ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଆସନ୍ତା ୯ ଜୁଲାଇ ଅନୁଷ୍ଠିତ ହେବାକୁଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଓ ଏହାର ଦାବି ଗୁଡ଼ିକର ଯଥାର୍ଥତା ଉପରେ ଏକ ଆଲୋଚନା ଚକ୍ର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଚଏମଏସ ର ଗୋକୁଳ ମେହେର, ସିଟୁର ଗଦାଧର କୁଅଁର, ନଟୁ ଗୋପାଳ ଓ ଲଳିତ ପଟ୍ଟନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସେମିନାରକୁ ପରିଚାଳନା କରିଥିଲେ। ଟ୍ରେଡ଼ ୟୁନିୟନ ନେତା ଗଦାଧର କୁଅଁର ପୁଞ୍ଜିପତି ଓ ମାଲିକ ମାନଙ୍କ ସ୍ୱାର୍ଥର ଅନୁକୂଳ ଓ ଶ୍ରମିକ ମାନଙ୍କୁ ଅଧିକରୁ ସୁବିଧା ସୁଯୋଗ କୁ ହନନ୍ କରୁଥିବା ୪ଟି ଶ୍ରମ କୋଡ,୨୦୧୫ ପରଠାରୁ ଡକାଯାଉ ନ ଥିବା ଭାରତୀୟ ଶ୍ରମ ସମ୍ମିଳନୀ,ଉତ୍କଟ ବେକାରୀ,ଦରବୃଦ୍ଧି, ଅର୍ଥନୀତି ବ୍ୟାଙ୍କ, ବୀମା ଓ ପବ୍ଲିକ ସେକ୍ଟରର ଘରୋଇ କରଣ , ଅ ସଂଗଠିତ ଶ୍ରମିକ ମାନଙ୍କ ଅ ବ୍ୟବସ୍ଥା, ପୁଞ୍ଜିପତି ମାନଙ୍କ କରହ୍ରାସ ଓ ମୁନାଫା ବୃଦ୍ଧି, କୃଷି କ୍ଷେତ୍ରର ସମସ୍ୟା ଓ କୃଷି ଉତ୍ପାଦନ ସର୍ବନିମ୍ନ ମୂଲ୍ୟକୁ ଆଇନ ମାନ୍ୟତା ଓ ସର୍ବୋପରି ସମସ୍ତଙ୍କ ପାଇଁ ସମାନ ପେନସନ ବ୍ୟବସ୍ଥା ଲାଗୁ ପ୍ରଭୃତି ଦାବୀ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ନେତା ବିଜୟ ମହାନ୍ତି,ବି ଜେ ଡି ନେତା ସିଦ୍ଧାର୍ଥ ଦାସ, ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ, ଭି ରାମା ରାଓ,ବିଶ୍ୱଜିତ୍ ଚାଟାର୍ଜୀ, ଚୁମନ୍ ପ୍ରଧାନ, ଅମୂଲ୍ୟ କୁମାରପ୍ରଧାନ,ବିଜୟ ମୁଣ୍ଡାରୀ, ବୀରକିଶୋର ନାୟକ, ଅରୁଣ ଖୁଂଟିଆ, ନଟୁ ଗୋପାଳ, ଲଳିତ ପଟ୍ଟନାୟକ, ଅକ୍ଷୟ ମହାପାତ୍ର,ମଧୁ ପଧାନ ପ୍ରମୁଖ ୯ଜୁଲାଇକୁ ସମର୍ଥନ କରିବା ସହ ସର୍ବାନ୍ତି କରଣରେ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସେମିନାର ରେ ୧୫୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande