କେନ୍ଦ୍ରାପଡ଼ା, ୩୦ ଜୁନ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ତରାଣ୍ଡୋ ବିଦ୍ୟାଳୟ ପରିସରରେ ପରିଚାଳନା କମିଟିର ଚେୟାରମ୍ୟାନ ପ୍ରକାଶ ସାମଲଙ୍କ ସଭାପତିତ୍ୱରେ ଏକ ସେବାନିବୃତ୍ତ ପ୍ରଧାନଶିକ୍ଷକ ରାଜକିଶୋର ବିଶ୍ୱାଳଙ୍କ ଉପଲକ୍ଷେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସେବା ନିବୃତ ପ୍ରଧାନ ଶିକ୍ଷକଙ୍କୁ ସମ୍ବଦ୍ଧିତ କରାଯାଇ ତାଙ୍କର ଦୀର୍ଘ ୨୮ବର୍ଷର ଶିକ୍ଷକତା ଜିବନର ବହୁମୁଲ୍ୟ ଗୁଣାବଳୀ ଉପରେ ସମ୍ୟକ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ୱୟ ବଳଦେବ ପ୍ରସାଦ ଜେନା ଓ ରଞ୍ଜନ କୁମାର ରାଉତରାୟ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିର ଅକ୍ତର ଅଲ୍ଲୀ, ଶିକ୍ଷକ ମଙ୍ଗୁଳି ଚରଣ ସାମଲ, ଶିକ୍ଷ୍ୟତ୍ରୀସୋନାଲି ବିଶ୍ୱାଳ, ରଶ୍ମିତା ପରିଡା, ଶିକ୍ଷକ ନେତା ଶୈଳବାଳା ସାମଲ, ଅଶୋକ କୁମାର ଜେନା, ମାନଭଞ୍ଜନ ପ୍ରଧାନ, ଦାଶରଥି ନାୟକ, ସିଆରସିସି ଅନନ୍ତ ଚରଣ ପରିଡା, ବୈଲୋଚନ ସାମଲ, ଅଜଗର ଅଲ୍ଲୀ, କିଶୋର ଚନ୍ଦ୍ର ଜେନା, ଅଚ୍ୟୁତ ସାମଲ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ସୋନାଲି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି