ରଥଯାତ୍ରା ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ସମ୍ପାଦକ ମହେଶ ସାହୁ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ପୋଲିସର ସମନ୍ୱୟ ନାହ
ରଥଯାତ୍ରା ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ସମ୍ପାଦକ ମହେଶ ସାହୁ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ପୋଲିସର ସମନ୍ୱୟ ନାହିଁ। ସମନ୍ୱୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଛି। ପୁରୀ, ଏସ୍ପି କଲେକ୍ଟର ଭକ୍ତଙ୍କ ପ୍ରାଥମିକତାକୁ ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କେବଳ ଭାଷଣ ବାଜି ମାରୁଛନ୍ତି, ବଡ଼ ବଡ଼ କଥା କହୁଛନ୍ତି। ଯାହା ଉଚିତ ନୁହେଁ। ରଥଯାତ୍ରା ବେଳେ ଭକ୍ତଙ୍କ ଭିଡ଼ ହେବା ସ୍ୱାଭାବିକ। ଏଥିରେ କୌଣସି ସନ୍ଦେହ ନାହିଁ। ଭକ୍ତ ଓ ଭଗବାନଙ୍କ ପର୍ବ ହେଉଛି ରଥଯାତ୍ରା। ତେଣୁ ରଥ ଟଣାରେ ଭିଡ଼ ହେବ। ମହାପ୍ରଭୁ ରଥରେ ଅଛନ୍ତି କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ପୋଲିସ ନାହାଁନ୍ତି। ଯାହା ହେଲା ତାହା ସମ୍ପୂର୍ଣ୍ଣ ଭାବେ ମ୍ୟାନେଜମେଂଟର ଅଭାବ। ତୁରନ୍ତ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୂର୍ବଥର ବଳଭଦ୍ର ପଡିଗଲେ, ଚଳିତ ଥର ଦଳାଚକଟାରେ ଭକ୍ତ ମରିଗଲେ। ଯାହା ପ୍ରଶାସନର ସମ୍ପୂର୍ଣ ଅପାରଗତା। ମୁଖ୍ୟମନ୍ତ୍ରୀ ତୁରନ୍ତ ତଦନ୍ତ କରି ଆକ୍ସନ ମୋଡ଼କୁ ଯାଇଛନ୍ତି। ତଥାପି ଏହି ଘଟଣାରେ ଆଉ କେଉଁ କେଉଁ ମାନେ ଦାୟୀ ତାହା ଉପରେ ତଦନ୍ତ କରାଯାଉ ବୋଲି ଦାବି ରଖିଛି ସଂଗଠନ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande