ବଲାଙ୍ଗୀର, ୩୦ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆଜି ୮ଗୋଟି ପଡ଼ିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଟାଉନ ହାଇସ୍କୁଲ ପଡ଼ିଆରେ ଘୁଚେପାଲି ୬-୩ ଗୋଲରେ ବରକାନି ଏଫ୍ସିକୁ ହରାଇଛି। ଅତିଥି ଭାବେ ଓଆଇସି ଡବ୍ଲ୍ୟୁଟି ରବିନ୍ଦ୍ର କୁମାର ସୁନା, ଆପିଇ ପ୍ରଦୀପ କୁମାର ପାତ୍ର ପୂର୍ବତନ ଖେଳାଳି ଲୋକନାଥ ନେପାକ ଓ ବିରେନ୍ଦ୍ର ସୁନା ଯୋଗ ଦେଇଥିଲେ। ଟୁର୍ଣ୍ଣାମେଂଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ଖେଳକୁ ବିକି ବିଶି, ଜିତୁ ଦଲାଇ, ଶ୍ରବଣ ବାଗ, ରାଜେନ୍ଦ୍ର ସେଠ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ। ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସୁଜିଆ ୨-୧ ଗୋଲରେ ବିଲେଇସର୍ଡାକୁ ହରାଇ ବିଜୟୀ ହୋଇଛି। ଅତିଥି ଭାବେ ସରକାରୀ ଆଇଟିଆଇ ବଲାଙ୍ଗୀର ଟ୍ରେନିଂ ଅଫିସର ତାରିଣି ମହାନ୍ତି ଓ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଯୋଗ ଦେଇଥିଲେ। ସାଇଟ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଓ ପ୍ରଦୀପ ମହାରଣା ଉପସ୍ଥିତ ଥିଲେ। ଖେଳକୁ ସଂଜିବ ମହାରଣା, ସୁରେଶ ନାଏକ, ସୁଧାଂଶୁ ସେଠ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ। ଚୁଡ଼ାପାଲି ପଡ଼ିଆରେ ଗେର୍ଡି ୩-୦ ଗୋଲ ରେ ଭାଲୁପିଟାକୁ ହରାଇ ବିଜୟୀ ହେଲା। ଚୁଡାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୁପ୍ରସାଦ ଯାଦବ ଓ ପୂର୍ବତନ ଖେଳାଳି ଦିପକ ପଟେଲ ଅତିଥି ଭାବେ ଯୋଗ ଦେଇଥିଲେ। ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଉପସ୍ଥିତ ଥିଲେ। ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ମଂଟୁ ବେହେରା, ପୁରୁଷୋତମ ବୁଡେକ ଓ ଦେବରାଜ ନାହାକ ପରିଚାଳନା କରିଥିଲେ। ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ରାଇଜିଂ ଷ୍ଟାର ଟିଟିଲାଗଡ଼ ୩-୧ ଗୋଲରେ ଟିକ୍ରାପଡ଼ାକୁ ହରାଇ ବିଜୟୀ ହେଲା । ଯୁବ ବିଜେପି ନେତା ସଚିକାନ୍ତ ବେହେରା ଓ ଜୋନ ସଂଯୋଜକ ତପନ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ମୋହନ ପ୍ରଧାନି, ମଳୟ ଘିଭେଲା, ଲବ ସୁନାନି, ବିନୋଦ ପ୍ରଧାନୀ, ଧବଳେଶ୍ୱର ଦଳବେହେରା, ପ୍ରୀତମ ନାଏକ ଓ ରାଜେଶ ସ୍ୱାଇଁ ପରିଚାଳନା କରିଥିଲେ। ଜରାସିଂହା ମିନି ଷ୍ଟାଡିୟମ୍ରେ ଚନ୍ଦ୍ରପୁର ୨-୧ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇ ବିଜୟୀ ହେଲା। ଜରାସିଂହା ବିଡିସିସି ବ୍ୟାଙ୍କ ମ୍ୟାନେଜର ରଂଜନ କୁମାର ମିଶ୍ର ଓ ସରପଂଚ କୁଶମଣି ମେହେର ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ଶ୍ରୀବତ୍ସ ମେହେର, ଡୋଳାମଣି ବଗର୍ତି, କୁନ୍ତେ ମେହେର ଓ ସୁଶାନ୍ତ ଥନାପତି ପରିଚାଳନା କରିଥିଲେ। ଲୋଇସିଂହା ମିନି ଷ୍ଟାଡିୟମରେ ଅମାମୁଣ୍ଡା ୨-୧ ଗୋଲରେ ବଡଟିକାକୁ ହରାଇ ବିଜୟୀ ହେଲା। ବରିଷ୍ଠ ଆଇନଜିବୀ ଜ୍ୟୋର୍ତିମୟ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ଅଞ୍ଜନ ବେସ୍ରା, ଗୋପାଳ ପ୍ରଧାନ, ବିଜୟ ରଣା, ପ୍ରଦୀପ ବଗର୍ତି ଓ ଦିଲିପ ଧରୁଆ ପରିଚାଳନା କରିଥିଲେ। ବଙ୍ଗୋମୁଣ୍ଡା ପଡିଆରେ ବିଏସ୍ଏଫ୍ସି କଂଟାବାଞ୍ଜି ୨-୦ ଗୋଲରେ ସାନମୁଲାକୁ ହରାଇ ବିଜୟୀ ହେଲା। ପୂର୍ବତନ ଖେଳାଳି ସେଶାଙ୍କ ରଂଜନ ଦାସ ଯାଦବ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଗୌରହରି ପୁଟେଲ, ଗଣେଷ ଭୋଇ ଓ ସୁନିସ ପ୍ରଧାନୀ ପରିଚାଳନା କରିଥିôଲେ। ଖୁଜେନପାଲି ପଡ଼ିଆରେ ମହିମୁଣ୍ଡା ୩-୧ ଗୋଲରେ ଶାସ୍ତ୍ରୀନଗର ଏଫ୍ସିକୁ ହରାଇ ବିଜୟୀ ହେଲା। କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ପୂର୍ବତନ ଖେଳାଳି ସୁଦାମ ପାଣିଗ୍ରାହୀ, ନିରଞ୍ଜନ ସାହୁ, ଭୁପେନ୍ଦ୍ର ପ୍ରସାଦ ସିଂ ଓ ଖଲିଲଉର ରହେମାନ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ସୁଦର୍ଶନ ସେଠ, ରାଜେନ୍ଦ୍ର ଧରୁଆ, ଶୁଶାନ୍ତ ନାଗ, ରାଜ କୁମାର ପାଣିଗ୍ରାହୀ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ