ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଆହତ
ଧର୍ମଶାଳା, ୩୦ ଜୁନ୍‌ (ହି.ସ.)- ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ବଡଚଣା ମଝିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପ
ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଆହତ


ଧର୍ମଶାଳା, ୩୦ ଜୁନ୍‌ (ହି.ସ.)- ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ବଡଚଣା ମଝିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକମାନେ ହେଲେ ସ୍ଥାନୀୟ ଚଣ୍ଡିତଳ ଅଂଚଳର । ସେମାନେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ବଡଚଣାରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଖବର ପାଇ ଚଣ୍ଡିଖୋଲ ଅଗ୍ନୀଶମ ବାହିନୀ ଓ ବଡଚଣା ପୋଲିସ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande