ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ
କନ୍ଧମାଳ, ୩୦ ଜୁନ୍ (ହି.ସ.)- ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲର ଇନ୍ଦ୍ରିସୁଗା ପାହାଡ଼ରେ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨
ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ


କନ୍ଧମାଳ, ୩୦ ଜୁନ୍ (ହି.ସ.)- ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲର ଇନ୍ଦ୍ରିସୁଗା ପାହାଡ଼ରେ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି ।

ଏଠାରେ ପ୍ରକାଶ ଥାଉକି, ଗୁଇନ୍ଦା ସୂଚନାକୁ ଭିତି କରି ସେଠାରେ ଗତ ଦୁଇ ଦିନ ହେଲା ଏସଓଜି, ଡିଭିଏଫ ଏବଂ ସିଆରପିଏଫର ମିଳିତ ଅଭିଯାନ କ୍ରମେ କୁମ୍ବିଂ ଅପରେସନ ଜାରି ରହିଥିଲା । ବର୍ତମାନ ସୁଦ୍ଧା ଅପରେସନ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande