ଓଏଏସ୍ ଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅପରାଜିତା
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅପରାଜିତା ଲେଖିଛନ୍ତି ଆଜି ଭୁବନେଶ୍ୱର ଘଟିଥି
ଓଏଏସ୍ ଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅପରାଜିତା


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଅପରାଜିତା ଲେଖିଛନ୍ତି ଆଜି ଭୁବନେଶ୍ୱର ଘଟିଥିବା ଘଟଣା ନେଇ ମୁଁ ଅତ୍ୟନ୍ତ ଦୁଃଖିତ। କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୁର୍ଣ୍ୟ କାର୍ଯ୍ୟ । ଭାରତୀୟ ଜନତା ପାର୍ଟି କିମ୍ବା ସରକାର ଏପରି କାର୍ଯ୍ୟ ଏବଂ ବିଚାର ଧାରା ସହ କୌଣସି ରୂପେ ସଂଶ୍ଲିଷ୍ଠ ନୁହନ୍ତି ବା ପ୍ରୋତ୍ସାହନ କରନ୍ତି ନାହିଁ । ଏଥିରେ ସମ୍ପୃକ୍ତ ଦୁବୃତଙ୍କ ବିରୋଧରେ ଅବଶକୀୟ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ। କାର୍ଯ୍ୟରତ ଅଧିକାରୀଙ୍କୁ ନିଜର କାର୍ଯ୍ୟ ନିଷ୍ଠା ଏବଂ ସାହସ ସହ କରୁଥିବାରୁ ସାଧୁବାଦ ଜଣାଉଛି। ଶୃଙ୍ଖଳା, ଅନୁଶାସନ ଏବଂ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande