ଭୁବନେଶ୍ୱର, 30 ଜୁନ୍ (ହି.ସ.)
- ବାଲେଶ୍ୱରରେ ସମ୍ଭାବ୍ୟ
ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ସେ
କହିଛନ୍ତି ଯେ, ବାଲେଶ୍ଵର ଅଞ୍ଚଳରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେବ । କାହିଁକି ନାଁ ଧୀରେ
ଧୀରେ ନଦୀ ଫୁଲିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ। ଦୁଇଟି ବନ୍ୟାକୁ
ଆମେ ସାମ୍ନା କରୁଛୁ। ଲୋକଙ୍କୁ ସ୍ଥାନାନ୍ତର ସହ ତାଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବାକୁ ସରକାରଙ୍କ
ନିକଟରେ ଦାବି କରୁଛନ୍ତି ଅଶ୍ୱିନୀ ପାତ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା