ଭୁବନେଶ୍ୱର, 30 ଜୁନ୍ (ହି.ସ.)
- ଆଜି ହୁଲ ଦିବସ
ଅବସରରେ ଆମ ଆଦିବାସୀ ସମାଜର ଅଦମ୍ୟ ସାହସ, ସଂଘର୍ଷ ଏବଂ ତ୍ୟାଗର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହୁଲ ଦିବସ ଆମ ଆଦିବାସୀ ସମାଜର ଅଦମ୍ୟ ସାହସ,
ସଂଘର୍ଷ ଏବଂ ତ୍ୟାଗର ପ୍ରତୀକ। ଏହି ପବିତ୍ର ଦିନ
ଅବସରରେ, ମୁଁ ଅମର
ସଂଗ୍ରାମୀମାନଙ୍କୁ ବିନମ୍ର ପ୍ରଣତି ଅର୍ପଣ
କରୁଛି । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ଆପଣମାନଙ୍କ ଅସାଧାରଣ ସାହସ ଆମ ସମସ୍ତଙ୍କ ପାଇଁ
ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା