ବର୍ଷା ସମୟରେ ଜଳବାହିତ ରୋଗ ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପ୍ରସ୍ତୁତି
ଭୁବନେଶ୍ୱର, 30 ଜୁନ୍ (ହି.ସ.) - ବର୍ଷା ସମୟରେ ଜଳବାହିତ ରୋଗ ଏବଂ ଡାଇରିଆ ଭଳି ସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ । ବର୍ତ୍ତମାନ ବର୍ଷା ବଢୁଥିବା କାରଣରୁ ରାଜ୍ୟ ସାରା ଚ
ବର୍ଷା ସମୟରେ ଜଳବାହିତ ରୋଗ     ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପ୍ରସ୍ତୁତି


ଭୁବନେଶ୍ୱର, 30 ଜୁନ୍ (ହି.ସ.)

- ବର୍ଷା ସମୟରେ

ଜଳବାହିତ ରୋଗ ଏବଂ ଡାଇରିଆ ଭଳି ସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ । ବର୍ତ୍ତମାନ ବର୍ଷା

ବଢୁଥିବା କାରଣରୁ ରାଜ୍ୟ ସାରା ଚାଲିଛି ଜଳ ବିଶୋଧନ କାର୍ଯ୍ୟ । 30 ଜିଲ୍ଲାର ନଳକୂପ ଗୁଡ଼ିକୁ

ବିଶୋଧନ କରାଯାଇଛି । 5 ଲକ୍ଷ 30 ହଜାର ନଳକୂପ ବିଶୋଧନ ହୋଇଛି । ମେଗା ପାନୀୟ ଜଳ ପ୍ରକଳ୍ପ

ଅଧୀନରେ ଥିବା ଓଭର ହେଡ ଟାଙ୍କି ଗୁଡ଼ିକୁ ମଧ୍ୟ ବିଶୋଧନ କରାଯାଇଛି । ଡିପ ବୋର ୱେଲ୍ ଗୁଡ଼ିକୁ

ମଧ୍ୟ ଶୋଧିତ କରାଯାଇଛି । ସଲାଇନ ଜଳ ଅଞ୍ଚଳରେ ଘରୋଇ ଟ୍ୟୁବ ୱେଲ ଗୁଡ଼ିକୁ ମଧ୍ୟ ସାନିଟାଇଜ

କରିଛି ବିଭାଗ । ଉପକୂଳବର୍ତ୍ତୀ ସବୁ ଅଞ୍ଚଳରେ ଦ୍ଵିତୀୟ ଥର ଶତ ପ୍ରତିଶତ ନଳକୂପ ବିଶୋଧନ ହୋଇଛି

ବୋଲି କହିଛନ୍ତି ମନ୍ତ୍ରୀ । ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସବୁ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ କହିଛନ୍ତି

। ଏହାସହ ଆରଡବ୍ଲୁଏସଏସ, ୱାଟକୋ ବିଭାଗକୁ ମଧ୍ୟ ଯେତେ ଥର ଆବଶ୍ୟକ ପଦକ୍ଷେପ ନେବାକୁ

କୁହାଯାଇଛି । ଯେମିତି ପାଣି ଦ୍ଵାରା କୌଣସି ଲୋକ ରୋଗରେ ନପଡ଼ିବା ପାଇଁ ସରକାର କାମ ହାତକୁ

ନେଇଛନ୍ତି । ବ୍ଲିଚିଂ ପକାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରବି ନାଏକ ।

ବର୍ତ୍ତମାନ ହଇଜା ସ୍ଥିତି ନିୟନ୍ତ୍ରଣରେ ଅଛି । ଯାଜପୁର ଅଞ୍ଚଳରେ ମଧ୍ୟ ପ୍ରଶାସନ ହୋଟେଲ

ଗୁଡ଼ିକ ଉପରେ ନଜର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande