ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ହେଲେ ବୁଢାବଳଙ୍ଗ ଓ ଜଳକାରେ କମୁଛି । ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ପାଣି ଯୋଗୁଁ ପ୍ରତିବର୍ଷ ମୟୁରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଆସୁଛି । ଚାନ୍ଦିଲି ଡ୍ୟାମ କାମ ଅସମ୍ପୂର୍ଣ୍ଣ ଥିବାରୁ ସବୁବ
ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର, କେନ୍ଦୁଝର, ମୟୁରଭଞ୍ଜ ଓ     ବାଲେଶ୍ୱରରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ


ଭୁବନେଶ୍ୱର, 30 ଜୁନ୍ (ହି.ସ.)- ସୁବର୍ଣ୍ଣରେଖାରେ

ଜଳସ୍ତର ବଢୁଛି, ହେଲେ ବୁଢାବଳଙ୍ଗ ଓ ଜଳକାରେ କମୁଛି । ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି

ଡ୍ୟାମର ପାଣି ଯୋଗୁଁ ପ୍ରତିବର୍ଷ ମୟୁରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଆସୁଛି । ଚାନ୍ଦିଲି ଡ୍ୟାମ

କାମ ଅସମ୍ପୂର୍ଣ୍ଣ ଥିବାରୁ ସବୁବେଳେ ଓଡ଼ିଶାକୁ ବନ୍ୟା ଆସୁଛି । ଏହାକୁ ସମ୍ପୂର୍ଣ୍ଣ କରିବାକୁ

ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା ହୋଇଛି । ଝାଡ଼ଖଣ୍ଡ କେତେ ପାଣି ଛାଡିବ, ସେ ନେଇ ଝାଡ଼ଖଣ୍ଡ

ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଏନେଇ ରାଜସ୍ୱ ଓ ବିପର୍ଯୟ ପରିଚାଳନା

ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କେନ୍ଦୁଝର, ମୟୁରଭଞ୍ଜ ଓ

ବାଲେଶ୍ୱରରେ ମାଗଣା ରୋଷେଇ ଘର ଖୋଲା ଯାଇଛି । ଆସନ୍ତା 7 ଦିନ ଯାଏଁ ମାଗଣା ଖାଦ୍ୟ ଯୋଗାଇବାକୁ

ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱରର ବସ୍ତା, ବାଲିଆପାଳ

ପୌରାଞ୍ଚଳ, ରେମୁଣା ସଦର ଭୋଗରାଇ ଓ ଜଳେଶ୍ୱରରେ ପାଣି ପଶିଛି । ଘାଇ ମରାମତି କାମ ଚାଲିଛି । ପାଣି

ଛାଡିବା ପରେ ସାପ କାମୁଡିବା ଭୟ ରହିଛି । ସେଥିପାଇଁ ସିଏଚସିଓ ପିଏଚସିଗୁଡିକୁ

ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଇଛି । 25 ଘର ନଷ୍ଟ ହୋଇଛି । ଦୁଇଟି ମେଡିକାଲ ଓ

ଦୁଇଟି ଭେଟେନାରୀ ଟିମ ମହଜୁଦ ଅଛନ୍ତି । ମୟୁରଭଞ୍ଜରେ 5076 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

77 ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି. 44 ଟି ମାଗଣା ରୋଷେଇ ଘର ଖୋଲା ଯାଇଛି. ଓଡ୍ରାଫ 7 ୟୁନିଟ, ଅଗ୍ନିଶମ 7 ୟୁନିଟ

ମୁତୟନ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ 1138

ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 35 ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି । 6 ଟି ମାଗଣା ରୋଷେଇ

ଘର ଖୋଲା ଯାଇଛି । 4 ଓଡ୍ରାଫ ଓ 8 ଅଗ୍ନିଶମ ୟୁନିଟ ମୁତୟନ ଅଛନ୍ତି । ଆଉ ଦୁଇ ଓଡ୍ରାଫ ୟୁନିଟ

ଆଜି ବାଲେଶ୍ୱର ପହଂଚିବ । ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର 7 ଟି ଲେଖାଏଁ ବ୍ଲକ ସହ ସମୁଦାୟ 14 ବ୍ଲକ

ପ୍ରଭାବିତ ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସିବାଲେଶ୍ୱରରେ ଅଛନ୍ତି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କାମ

କରିଥିବା ଅଭିଜ୍ଞତା ଥିବା ଅଧିକାରୀଙ୍କୁ କ୍ଷେତ୍ର ଅଞ୍ଚଳ ପଠାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande