ଜିଲ୍ଲାପାଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ
ଜୟପୁର, ୩୦ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୪୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୫ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି
ଜିଲ୍ଲାପାଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ


ଜୟପୁର, ୩୦ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୪୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୫ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୫ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ଶୁଣାଣି ହୋଇଥିଲା। ବିଶେଷ କରି ଗାଁ ଗହଳି ଏବଂ ବିଭିନ୍ନ ସାହି ରାସ୍ତା ନିର୍ମାଣ, ଭତ୍ତା ଓ ଆବାସ ଗୃହ ପ୍ରଦାନ, ବ୍ଲକ ମୁଖ୍ୟ ଛକରେ ଟ୍ରାଫିକ ନିୟନ୍ତ୍ରଣ, ମିଶନ ଶକ୍ତି ଭବନ ସମସ୍ୟା, ଯୁକ୍ତ ୨ କଲେଜ ହଷ୍ଟେଲ କାର୍ଯ୍ୟକ୍ଷମ, ବଜାର ହାଟ ର ଉନ୍ନତିକରଣ ଏବଂ ବୈପାରୀଗୁଡା ସହରର ସୌନ୍ଦର୍ଯ୍ୟକରଣ ଆଦି ଜନ ଶୁଣାଣି ହୋଇଥିଲା l ଆଜିର ମିଳିତ ଜନଶୁଣାଣି ଅବସରରେ ଜୟପୁର ଉପ ଜିଲ୍ଲାପାଳ ଏ ସସ୍ୟା ରେଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ସବର, ଏଡିଏମଓ ନୀଳମାଧବ ଶତପଥି, ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ଏବଂ ତହସିଲଦାର ସିଗ୍ଧା ଚୌଧୁରୀଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande