ଜୟପୁର, ୩୦ ଜୁନ୍ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିବାଦୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ଜିପିଓ ସ୍ମୃୁତି ରଞ୍ଜନ ନାୟକ, ସରପଞ୍ଚ, ସମିତି ସଭ୍ୟା, ଜିଆରଏସ ସ୍ୱାସ୍ଥ୍ୟ ବିଭାଗ, ଆଇସିଡିଏସ, କୃଷି ବିଭାଗ, ଯୋଗାଣ ସହାୟକ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ଆରଡି ରାସ୍ତା ମରାମତି, ଅଙ୍ଗନବାଡୀ କେନ୍ଦ୍ର ମରାମତି ଆଦି ଉପରେ ଅଭିଯୋଗ କରାଯାଇଥିଲା । ବିଭିନ୍ନ ମୌଳିକ ସମସ୍ୟା ଅଭିଯୋଗର ଶୁଣାଣି ହୋଇଥିଲା । ଏହା ସହ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେନେଇ ଉପସ୍ଥିତ ଅଧିକାରି ମାନେ ଉପସ୍ଥିତ ରହି ସଚେତନ କରିଥିଲେ । ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି