କୁଆଖିଆ- ମୂଳାପାଳ ବାଇପାସ୍ ରୋଡର ସ୍ଥିତି ଅନୁଧ୍ୟାନ କଲେ ଯାଜପୁର ସାଂସଦ
ଧର୍ମଶାଳା,୩୦ଜୁନ୍‌(ହି.ସ.) - ଯାଜପୁର ଜିଲା ବରୀ ନିର୍ବାନ ମଣ୍ଡଳୀ ରସୁଲପୁର ବ୍ଲକର ୧୦ ଗୋଟି ପଂଚାୟତର ଲୋକେ ମୂଳାପାଳଛକରୁ କୁଆଖିଆ ବାଇପାସ୍ ରୋଡରେ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କ ନିକଟରେ
କୁଆଖିଆ- ମୂଳାପାଳ ବାଇପାସ୍ ରୋଡର ସ୍ଥିତି ଅନୁଧ୍ୟାନ କଲେ ଯାଜପୁର ସାଂସଦ


ଧର୍ମଶାଳା,୩୦ଜୁନ୍‌(ହି.ସ.) - ଯାଜପୁର ଜିଲା ବରୀ ନିର୍ବାନ ମଣ୍ଡଳୀ ରସୁଲପୁର ବ୍ଲକର ୧୦ ଗୋଟି ପଂଚାୟତର ଲୋକେ ମୂଳାପାଳଛକରୁ କୁଆଖିଆ ବାଇପାସ୍ ରୋଡରେ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କ ନିକଟରେ ଦାବି କରି ଆସୁଥିଲେ । ଏନେଇ ଆଜି ଅପରାହ୍ନରେ ସାଂସଦ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ମୂଳାପାଳଛକଠାରୁ କୁଆଖିଆ ପୁରୁଣା ଥାନା ଦେଇ କୁଆଖିଆଛକ ପର୍ଯ୍ୟନ୍ତ ଯାଇଥିବା ବାଇପାସ୍ ରୋଡର ପୁନଃରୁଦ୍ଧାର ପାଇଁ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ । ତୁରନ୍ତ ଏହି ବାଇପାସ୍ ରୋଡ ଓ ରସୁଲପୁର ବ୍ଲକ ସମ୍ମୁଖରେ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଭୁଷୁଡି ଥିବା ପୋଲ ଓ ରାସ୍ତା କାମ ତୁରନ୍ତ ଶେଷ କରିବାକୁ ସାଂସଦ ଶ୍ରୀ ବେହେରା ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande