ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ପୁରୀରେ ଦଳାଚକଟା ନେଇ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ କଡା କାଉଂଟର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ କହିଛନ୍ତି ୨୪ ବର୍ଷରେ ବିଜେଡି ସରକାରରେ କେତେ ଥର ଦଳା ଚକଟା ହୋଇଛି ସେ ତଥ୍ୟ ବାହାର କରନ୍ତୁ। ପୂର୍ବ ସରକାରରେ ମନ୍ଦିର ଭିତରେ ବି ଲୋକ ମରିଥିଲେ , ତାକୁ ଭୁଲି ଯାଆନ୍ତୁ ନାହିଁ। ସେମାନଙ୍କ ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିନାହିଁ। ଗୋଟିଏ ଅବ୍ୟବସ୍ଥା ଭିତରେ ରାଜନୈତିକ ଫାଇଦା ନେବାକୁ ବିରୋଧୀ ଚାଁହୁଛନ୍ତି । କଂଗ୍ରେସ ଯଦି ଅଧିକ ଲୋକ ମରିଛନ୍ତି ବୋଲି କହୁଛି ମୃତକଙ୍କ ନାଁ ଦିଅନ୍ତୁ । ଯାହା ହୋଇଛି ତଦନ୍ତରୁ ଜଣା ଜଣାପଡିବ। ଗୋଟିଏ ଦୁର୍ଘଟଣାକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା