ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି: ମନମୋହନ ସାମଲ
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ପୁରୀ ରଥଯାତ୍ରା ଦଳାଚକଟା ଘଟଣା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଘଟଣା। ଏହାକୁ ନେଇ ଆମେ ସମସ୍ତେ ଚିନ୍ତିତ। ତେବେ ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି। ଭବିଷ୍ୟତରେ ଯେ
ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି: ମନମୋହନ ସାମଲ


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ପୁରୀ ରଥଯାତ୍ରା ଦଳାଚକଟା ଘଟଣା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଘଟଣା। ଏହାକୁ ନେଇ ଆମେ ସମସ୍ତେ ଚିନ୍ତିତ। ତେବେ ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି। ଭବିଷ୍ୟତରେ ଯେଭଳି ପ୍ରଶାସନ ସ୍ତରରେ ଏଭଳି ଭୁଲ ଭଟକା ନହୁଏ ସେଥିପାଇଁ ଆମେ ସମ୍ପୂର୍ଣ୍ଣ ସଚେତନ ଅଛୁ। ରାଜ୍ୟରେ ଥିବା ସରକାର ସମ୍ବେଦନଶିଳ ସରକାର। ଏକଥା ଗୁରୁତ୍ୱ ସହ ନେଇଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଆଗକୁ ଏନେଇ ନୀତିଗତ ଭାବେ ନିଷ୍ପତି ନେବେ। ତଦନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande