ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ନବୀନ
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସିର ଅତିରିକ୍ତ କମିଶନର ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିଜେଡି ସଭାପତି ଏବଂ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ୍ସରେ ନବୀନ ଲେଖିଛନ୍ତି ‘ଆଜି,ରତ୍ନାକର ସାହୁ, ଓଏଏସ୍ ଅତିରିକ୍ତ କମିସନର, ବିଏମସ
ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ନବୀନ


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ବିଏମସିର ଅତିରିକ୍ତ କମିଶନର ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିଜେଡି ସଭାପତି ଏବଂ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ୍ସରେ ନବୀନ ଲେଖିଛନ୍ତି ‘ଆଜି,ରତ୍ନାକର ସାହୁ, ଓଏଏସ୍ ଅତିରିକ୍ତ କମିସନର, ବିଏମସି , ଅତିରିକ୍ତ ସଚିବ ପଦର ଜଣେ ବରିଷ୍ଠ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଟାଣି ନିଆଯାଇ ଜଣେ ବିଜେପି କର୍ପୋରେଟରଙ୍କ ସମ୍ମୁଖରେ ନିର୍ମମ ଭାବରେ ଗୋଇଠା ମାରି ଆକ୍ରମଣ କରାଯାଇଥିଲା।

ଏହି ଘଟଣା ପରାଜିତ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ଜଡିତ ବୋଲି ଅଭିଯୋଗ ହୋଇଛି। ଭୟଙ୍କର କଥା ହେଉଛି ଯେ, ଏହା ରାଜଧାନୀ ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଘଟିଛି। ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ।

ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରୁଛି ଯେ, କେବଳ ଅଭିଯୋଗକାରୀଙ୍କ ବିରୁଦ୍ଧରେ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ଭାବରେ ଏହି ଲଜ୍ଜାଜନକ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଏବଂ ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ କାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ନାଗରିକ ସରକାରଙ୍କଠାରୁ କେଉଁ ଆଇନ ଶୃଙ୍ଖଳା ଆଶା କରିବେ।’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବେ ବୋଲି ନବୀନ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande