ଭୁବନେଶ୍ୱର, 30 ଜୁନ୍ (ହି.ସ.)
- ପକ୍କା ଘର
ପ୍ରସଙ୍ଗରେ ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ । ପୂର୍ବ ବିଜେଡ଼ି
ସରକାର ପାଖରେ ନଥିଲା ଯୋଗ୍ୟ ହିତାଧିକାରୀଙ୍କ ତାଲିକା । ପାତର ଅନ୍ତର ଆଭିମୁଖ୍ୟ ସହ ତାଲିକା
ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । କିନ୍ତୁ ବିଜେପି ସରକାର ଆସିବା ପରେ 37 ଲକ୍ଷ ପାଖାପାଖି
ହିତାଧିକାରୀ ଯୋଡ଼ି ହୋଇଛନ୍ତି । ସାଢ଼େ 3 ଲକ୍ଷରୁ 4 ଲକ୍ଷ ପାଖାପାଖି ଲୋକ ନିଜେ ଅନଲାଇନରେ
ଆବେଦନ ମଧ୍ୟ କରିଛନ୍ତି । କିଏ ଯୋଗ୍ୟ, କିଏ ଅଯୋଗ୍ୟ ଚିହ୍ନଟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ
ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅନ୍ତଦ୍ୟୋୟ ଗୃହ ଯୋଜନାରେ ଦୁଇଟି କିସ୍ତିରେ ଘର ବାଣ୍ଟିଛନ୍ତି
ସରକାର । କଳାହାଣ୍ଡିରେ 59 ହଜାର ହିତାଧିକାରୀଙ୍କୁ ଦିଆଯାଇଥିଲା ଘର । ଏହାସହ ବିକଶିତ ବାହନ
ସବୁ ପଞ୍ଚାୟତ ବୁଲିବା ସମୟରେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ।
ପ୍ରଥମ କିସ୍ତିରେ ଘର ତିଆରି ଆରମ୍ଭ କରିସାରିଲେଣି ହିତାଧିକାରୀ । ଖୁବଶୀଘ୍ର ଦ୍ଵିତୀୟ କିସ୍ତି
ପଠାଇବେ ସରକାର । ପକ୍କା ଘର ପାଇବାରୁ ରାଜ୍ୟର ଜଣେ ହେଲେ ହିତାଧିକାରୀ ବଞ୍ଚିତ ହେବେ ନାହିଁ ।
ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇଦେବେ ଘର ବୋଲି ମନ୍ତ୍ରୀ ରବି ନାରାୟଣ ନାଏକ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା