ବନ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତୁତି
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ବନ୍ୟା ସମୟରେ ପାନୀୟ ଜଳ ସଙ୍କଟ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଝାଡ଼ଖଣ୍ଡରେ ପ୍ରବଳ ବର୍ଷ
ବନ୍ୟା ସମୟରେ ପାନୀୟ ଜଳ ଯୋଗାଣ     ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତୁତି


ଭୁବନେଶ୍ୱର, 30 ଜୁନ୍ (ହି.ସ.)- ବନ୍ୟା ସମୟରେ ପାନୀୟ

ଜଳ ସଙ୍କଟ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ପଞ୍ଚାୟତିରାଜ

ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଝାଡ଼ଖଣ୍ଡରେ

ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି ।

ତେଣୁ ଯେଉଁ ଅଞ୍ଚଳରେ ବନ୍ୟା ପାଣି ପଶିବ, ସେଠାରେ ତୁରନ୍ତ ପାନୀୟ ଜଳ ଉତ୍ସ ଗୁଡ଼ିକୁ ଆଉ ଥରେ ସାନିଟାଇଜ କରିବା

ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ

ଯେମିତି କେହି ସମସ୍ୟାରେ ନପଡ଼ନ୍ତୁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande