ରାଜ୍ୟ ଶ୍ରମ ସଂସ୍ଥାନରେ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ କର୍ମଶାଳା
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଂଟ ଗୁଡ଼ିକର ସୁରକ୍ଷା କୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତି କୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନା ମାନଙ୍କ ରେ କାର୍ଯ୍ୟରତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ
ରାଜ୍ୟ ଶ୍ରମ ସଂସ୍ଥାନରେ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ କର୍ମଶାଳା


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଂଟ ଗୁଡ଼ିକର ସୁରକ୍ଷା କୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତି କୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନା ମାନଙ୍କ ରେ କାର୍ଯ୍ୟରତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ମାନଙ୍କ ପାଇଁ ଆଜି ଏକ କର୍ମଶାଳା ଭୁବନେଶ୍ୱର ର ରାଜ୍ୟ ଶ୍ରମ ସଂସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କର୍ମଶାଳାକୁ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ନିତି ରଂଜନ ସେନ ତାଲିମ କର୍ମଶାଳା ଉଦଘାଟନ କରି ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ର ସଦର ମହକୁମା ଠାରେ ଅବସ୍ଥାପିତ ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ଏବଂ ସମ୍ବଲପୁର ମଣ୍ଡଳ ଉପନିର୍ଦ୍ଦେଶକ ସ୍ୱରୂପ ଜେନା ତାଲିମ କର୍ମଶାଳା ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଅପରାହ୍ଣରେ ସଫଳ ଭାବେ ତାଲିମ ସମାପନ ପରେ ଭାଗ ନେଇଥିବା ୫୫ ଜଣ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ସେନ୍ ଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande