ପୁରୀ, ୩୦ ଜୁନ୍ (ହି.ସ.)- ସୋମବାର ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଡପ ଅବଢା ପାଇ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି । ଆଜିଠାରୁ ଛଅ ଦିନ ପର୍ଯ୍ୟନ୍ତ ଆଡପ ଅବଢା ଭକ୍ତମାନେ ପାଇପାରିବେ । ଆଡପ ଅବଢା ପାଇଁ ପୂର୍ବରୁ ସୁଆର ମହାସୁଆର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଆଡପପଣ୍ଡପ ନିକଟରେ ମା ବିମଳାଙ୍କ ଖମ୍ବ ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭୋଗ ପରେ ମା ବିମଳାଙ୍କୁ ସମର୍ପଣ କରାଯାଏ ପରେ ଏହା ମହାପ୍ରସାଦ ଭାବେ ଭକ୍ତ ମାନେ ସେବନ କରିଥାନ୍ତି । ଆଡପ ଅବଢା ବ୍ରାହ୍ମଣ ଭୋଜନ କରାଇ ଦାନ ଦକ୍ଷିଣା ଦେଲେ ମହାପୂଣ୍ଯ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ଆଡପମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ସହ ଆଡପ ଅବଢା ବ୍ରାହ୍ମଣ ଭୋଜନ ସେବନ କରାଇଲେ କୋଟିପୂଣ୍ୟ ମିଳିଥାଏ । ହଜାର ହଜାର ଭକ୍ତ ସିଂହଦ୍ଵାର ଦ୍ବାର ଦେଇ ଆଡପ ଦର୍ଶନ କରିବା ସହ ଅବଢା ଧରି ଘରକୁ ଫେରୁଥିବା ଦେଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ