ଆନନ୍ଦପୁର ପୌର ପରିଷଦ ଉପ ନଗରପାଳଙ୍କ ପରଲୋକ
ଘଟଗାଁ, ୦୪ଜୁନ (ହି. ସ) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଉପ ନଗରପାଳ ଦୁର୍ଗା ଚରଣ ଦଳେଇ ଙ୍କର ପରଲୋକ ହୋଇଯାଇଛି । ସୂଚନାରୁ ପ୍ରକାଶ ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୪ ନମ୍ବର ୱାର୍ଡର ଦୁର୍ଗା ଚରଣ ଦଳେଇ ୬୭ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କିଛିଦିନ ହେଲା ତାଙ୍କୁ କଟକ ସ୍ଥିତ ଏକ ଘରୋ
ଆନନ୍ଦପୁର ପୌର ପରିଷଦ ଉପ ନଗରପାଳ ଙ୍କ ପରଲୋକ( ଫଟୋ)


ଘଟଗାଁ, ୦୪ଜୁନ (ହି. ସ) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଉପ ନଗରପାଳ ଦୁର୍ଗା ଚରଣ ଦଳେଇ ଙ୍କର ପରଲୋକ ହୋଇଯାଇଛି । ସୂଚନାରୁ ପ୍ରକାଶ ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୪ ନମ୍ବର ୱାର୍ଡର ଦୁର୍ଗା ଚରଣ ଦଳେଇ ୬୭ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କିଛିଦିନ ହେଲା ତାଙ୍କୁ କଟକ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ବୁଧବାର ତାଙ୍କର ପରଲୋକ ହୋଇଯାଇଛି । ସେ ଜଣେ ଜଣେ କର୍ତବ୍ୟ ନିଷ୍ଠ ,ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କର ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ଦଳେଇଙ୍କ ବାସଭବନରେ ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପାର୍ôଥବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପ୍ରତିଭା ଦଳେଇ, ୨ ପୁଅ ସହିତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳରେ ଦୁଃଖରଛାୟା ଖେଳି ଯାଇଛି । ପୂଣ୍ୟତୟା ବୈତରଣୀ ନଦୀ କୂଳ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ପୁତ୍ର ରାଜା ମୁଖାଗ୍ନି ଦେଇ ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande