ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.
ଜୟପୁର, 4 ଜୁନ୍ (ହି.ସ.)କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଅଭିଯାନ ଆରମ୍ଭ କରିଛି । ସଚେତନତା ରଥର ଶୁଭାରମ୍ଭ କରଯାଇଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିୱାସନ,କୋରାପୁଟ ପୌରଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ । ଉପସ୍ଥିତ ଥି
ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.


ଜୟପୁର, 4 ଜୁନ୍ (ହି.ସ.)କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଅଭିଯାନ ଆରମ୍ଭ କରିଛି । ସଚେତନତା ରଥର ଶୁଭାରମ୍ଭ କରଯାଇଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିୱାସନ,କୋରାପୁଟ ପୌରଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ । ଉପସ୍ଥିତ ଥିଲେ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀ ଓ ଅବକାରୀ ଅଧିକାରୀ ଗଣ। ଜୁନ ୨୬ ତାରିଖ ପର୍ଯ୍ୟନ୍ତ ରଥ ଜିଲ୍ଲାର ଗାଁ କୁ ଗାଁ ବୁଲି ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କରିବ । ଅପ ମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବ୍ୟବହାର ଦ୍ବାରା ଲୋକେ ଗୁରୁତର ଆକ୍ରାନ୍ତ ହେଉଛନ୍ତି । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକେ ସର୍ବସ୍ବାନ୍ତ ହୋଇ ବିକଳାଙ୍ଗ ମଧ୍ୟ ହୋଇପଡୁଛନ୍ତି ।

ଅପ ମିଶ୍ରିତ ମାଦକ ଦ୍ରବ୍ୟ ଓ ନିଶା ଦ୍ରବ୍ୟ ଗୁଡ଼ିକରେ ବି ଭିନ୍ନ ପ୍ରକାର କେମିକାଲ ମିଶା ଯାଉ ଥିବାରୁ ସେଗୁଡିକ ଅଧିକ ନିଶା ହେଉଥିବାରୁ ଲୋକେ ଭୁଲ ବଶତ: ତାକୁ ବ୍ୟବହାର କରୁଛନ୍ତି ।ବିଷାକ୍ତ ହୋଇଥିବା ଫଳରେ ଏହାର ପ୍ରଭୂତ କୁପରିଣାମ ଲୋକେ ଭୋଗୁଛନ୍ତି । ଏଥିରୁ ଲୋକଙ୍କୁ ରକ୍ଷା କରିବା ପାଇଁ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ଜିଲ୍ଲା ର ୨ଟି ସବଡିଭିଜନରେ ୨ଟି ରଥ ବୁଲିବ । ପ୍ରତ୍ୟେକ ଗାଁ ବୁଲି ଲୋକଙ୍କୁ ବ୍ୟାପକ ସଚେତନ କରିବ । ଦ୍ରବ୍ୟର କୁ ପରିମାଣ ଓ ଭୟା ଭୟତା ବିଷୟରେ ଲୋକଙ୍କୁ ଅବଗତ କରିବ । ତା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ବ୍ୟାପକ ଜନସଚେତନତା ଅଭିଯାନ ‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ ଅଧୀନରେ ସଚେତନତା ରଥର ଶୁଭାରମ୍ଭହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande