ଆଇନଜୀବୀ ଅନନ୍ତ ସାହୁଙ୍କ ହୃଦଘାତରେ ପରଲୋକ
ବଲାଙ୍ଗିର, ୪ ଜୁନ୍ (ହି.ସ.) - ବଲାଙ୍ଗୀର ଜିଲ୍ଲା ଦେଓଗାଁ କଚ୍ଛକ୍ଷର ପାଲି ଅଧିବାସୀ ତଥା ଆଇନଜୀବୀ ଅନନ୍ତ ସାହୁଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ହେଉଥିଲା କ୍ଷ ଅନନ୍ତଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବରେ ଜଣାଶୁଣା
ଆଇନଜୀବୀ ଅନନ୍ତ ସାହୁଙ୍କ ହୃଦଘାତରେ ପରଲୋକ


ବଲାଙ୍ଗିର, ୪ ଜୁନ୍ (ହି.ସ.) - ବଲାଙ୍ଗୀର ଜିଲ୍ଲା ଦେଓଗାଁ କଚ୍ଛକ୍ଷର ପାଲି ଅଧିବାସୀ ତଥା ଆଇନଜୀବୀ ଅନନ୍ତ ସାହୁଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ହେଉଥିଲା କ୍ଷ ଅନନ୍ତଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ମୃତ୍ୟ ଖବର ପ୍ରଚାରିତ ହେବା ପରେ ଅନନ୍ତଙ୍କ ବାସଭବରେ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଭିଡ ଜମିଥିଲା । ଅନନ୍ତ ସାହୁଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ସମ୍ପାଦକ ସଞ୍ଜୟ ବଗର୍ତୀ, ସଭ୍ୟ ବାଳକୃଷ୍ଣ (ବୁଢ଼ା) ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନନ୍ତଙ୍କ ବିୟୋଗରେ ଦେଓଗାଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande