ଭବାନୀପାଟଣା, ୦୪ ଜୁନ (ହି.ସ ) - ଭବାନୀପାଟଣା ବ୍ଲକ ଆର୍ତଳ ପଂଚାୟତ ର ଅଜରାଇ ଗ୍ରାମର ହରିଜନ ପଡା କୁ ରାସ୍ତା ବାଧକ ସାଜିଛି. ଅସରା ଏ ବର୍ଷା ରେ ରାସ୍ତା ଉପରେ ପାଣି, ପାଣିରେ ରାସ୍ତା ଅ କର୍ମଣ୍ୟ. ରାସ୍ତା ରେ କାଦୁଅ, ଦୁର୍ଗଦ୍ଧ ପାଣିରେ ଅସୟ ଗ୍ରାମ ବାସି, ଶିଶୁ, ବୃଦ୍ଧ, ବୃଦ୍ଧା, ଗର୍ଭବତୀ, ପ୍ରସୂତି, ବିକଳାଙ୍ଗ ଲୋକ ମାନେ ରାସ୍ତା ରେ ଚାଲିପାରୁନାହାନ୍ତି, ଖାଲ, ଖମା ରେ କାଦୁଅରେ ବିଶେଷ ଅସୁବିଧା ହେଉଥିବା ଗ୍ରାମ ବାସି ଗଣ ପ୍ରତିନିଧି ମାନଙ୍କୁ ଅଭିଯୋଗ କରିଥିଲେ । ସରପଂଚ ମହାଶୟାଙ୍କୁ ପଡା ବାସି ଅନେକ ଥର ଜଣାଇ ଥିଲେ ମଧ୍ୟ ସରପଂଚ ମୁଁ କିଛି ଜାଣି ନାହିଁ, ତିନି ଦିନ ତଳେ କିଏ ଜଣେ ମୋତେ ଫୋନ ରେ ଜଣାଇ ଥିଲେ । ମୁଁ ପ୍ରତିଶୃତି ଦେଉଛି ଯେ ଆଗାମୀ ସାତ ଦିନରେ ରାସ୍ତା ର ସମସ୍ୟା ସମାଧାନ କରିଦେବି । ସେହି ଭଳି ପି ଇ ଓ ନାଗାର୍ଜୁନ ବାଗ ମଧ୍ୟ ଫୋନ ରେ ଗଣ ପ୍ରତିନିଧି ଙ୍କୁ କହିଥିଲେ, ଏଠି ପ୍ରଶ୍ନ ହେଉଛି ଯେ ଗ୍ରାମାଂଚଳର ଉର୍ନ୍ନତି ନିମନ୍ତେ ସରକାର କେତେ କେତେ କାମ ଏନ ଆର ଇ ଜି ଏସ ଯୋଜନା ରେ କାହିଁ ନଦୀ ନାଳ ଡ଼ଙ୍ଗର ପର୍ବତ ରେ ରାସ୍ତା ହେଉଛି ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି. ପଂଚାୟତ. ହେଲେ ଜନସାଧାରଣଙ୍କ ଯାତାୟାତ ମୁଖ୍ୟ ରାସ୍ତା ହୋଇ ପାରୁନାହିଁ କାହିଁକି? ସରପଂଚ, ପି ଇ ଓ ଯଦି ରାସ୍ତା ର ଦୁର୍ଦଶା ଏ ଯାଏଁ ଦେଖି ପାରୁ ନାହାନ୍ତି କି ଜାଣିଶୁଣି ଏପରି ଅବହେଳା । ସାଧାରଣଙ୍କ ମତ ଯେ ଆସନ୍ତା ୭ଦିନ ରେ ରାସ୍ତା ସୁବିଧା ନ ହୁଏ ତା ହେଲେ ଗ୍ରାମ ପଂଚାୟତ ଘେରାଓ କରିବାକୁ ଚେତାବନି ଦେଇଛନ୍ତି । ଦେଖିବାର କଥା ଯେ ଅଜରାଇ ଗ୍ରାମର ହରିଜନ ପଡା ରାସ୍ତା କେବେ ସୁଧୁରୁଚି, ଏବେ ମଧ୍ୟ ଦୁର୍ଗନ୍ଧ ପାଣି ଭାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ