ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମାର୍ଲେସ୍‌
ନୂଆଦିଲ୍ଲୀ, ଜୁନ୍ ୪ (ହିସ)- ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ଅନୁଷ୍ଠିତ ସଂଘୀୟ ନିର୍ବାଚନରେ ଅଷ୍ଟ୍ରେଲିଆ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପପ୍ରଧାନମନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମାର୍ଲେସ୍‌


ନୂଆଦିଲ୍ଲୀ, ଜୁନ୍ ୪ (ହିସ)- ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ଅନୁଷ୍ଠିତ ସଂଘୀୟ ନିର୍ବାଚନରେ ଅଷ୍ଟ୍ରେଲିଆ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପପ୍ରଧାନମନ୍ତ୍ରୀ ମାର୍ଲେସ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ, ଦୁଇ ନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ମତ ବିନିମୟ କରିଛନ୍ତି। ସେମାନେ ପ୍ରତିରକ୍ଷା ଶିଳ୍ପ ସହଯୋଗ, ସ୍ଥିର ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଗୁରୁତ୍ୱକୁ ରେଖାଙ୍କିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ପୋଷ୍ଟ କରିଛନ୍ତି, ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍‌ଙ୍କୁ ଭେଟି ଖୁସି ବ୍ୟକ୍ତ କରିଛନ୍ତି। ଆଜି ଏହାର ପଂଚମ ବାର୍ଷିକୀ ପାଳନ କରୁଥିବା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା। ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଆମର ସମାନ ଦୃଷ୍ଟିକୋଣ ଆମର ସହଯୋଗକୁ ମାର୍ଗଦର୍ଶନ କରିବ।

ଉପପ୍ରଧାନମନ୍ତ୍ରୀ ମାର୍ଲେସ୍ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଅଷ୍ଟ୍ରେଲିଆର ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ନିମନ୍ତ୍ରଣ କରିଥିଲେ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande