ଭଦ୍ରକ, ୪ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ରେ ମଙ୍ଗଳବାର ଦିନ ୩ ଟା ସମୟ ରେ ବାରିକପୁର ନିକଟରେ ଏକ ବାଇକ୍ କୁ ହାଇୱା ଧକ୍କା ଦେବାରୁ ବାଇକ ରେ ଥିବା ଦୁଇ ଭାଇ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ଦୋବଲ ପଂଚାୟତ ଇଟୁଆ ଗ୍ରାମ ର କେଶବ ଚନ୍ଦ୍ର ନାୟକ (୪୭ ବର୍ଷ) ଓ ରାଜେନ୍ଦ୍ର ନାୟକ (୩୭ ବର୍ଷ) ଏକ ବିବାହ ଉତ୍ସବ ରେ ଯୋଗଦେଇ ବାସୁଦେବପୁର ଇଚ୍ଛାପୁର ରୁ ବାଇକ ରେ ଫେରୁଥିବା ସମୟ ରେ ବାରିକପୂର ନିକଟରେ ଏକ ହାଇୱା ବାଇକ କୁ ଧକ୍କା ଦେଇଥିଲା।ଏଥିରେ କେଶବ ଓ ରାଜେନ୍ଦ୍ର ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ପଠାଇଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ