ବାହର ଜିଲ୍ଲାର ମିଲର୍ସଙ୍କ ଚୁକ୍ତିନାମରେ ବିଳମ୍ବ, ଦୁଇଦିନରେ ୩୫ରୁ ମାତ୍ର ୧୫ଜଣ ଚୁକ୍ତି କରିଛନ୍ତି
Bhubaneswar, 4 ଜୁନ୍ (ହି.ସ.) ଜୟପୁର କୋରାପୁଟ ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଚାଷୀ ରବିଧାନ ଅମଳ ଶେଷ କରିଛନ୍ତି । କିନ୍ତୁ ଚାଷୀଙ୍କ ଧାନ କ୍ରୟ ନେଇ ପ୍ରସ୍ତୁତ ମଣ୍ଡିରେ ଧାନ ଆସୁନଥିବା କିମ୍ବା କଷ୍ଟମ ମିଲର୍ସ ଉଠୁନଥିବାକୁ ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକୋଟ କରିଛନ୍ତି । ଗତ ମାସ ୨୫ ତାରିଖରେ କୋ
ବାହର ଜିଲ୍ଲାର ମିଲର୍ସଙ୍କ ଚୁକ୍ତିନାମରେ ବିଳମ୍ବ, ଦୁଇଦିନରେ ୩୫ରୁ ମାତ୍ର ୧୫ଜଣ ଚୁକ୍ତି କରିଛନ୍ତି


Bhubaneswar, 4 ଜୁନ୍ (ହି.ସ.)

ଜୟପୁର

କୋରାପୁଟ ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଚାଷୀ ରବିଧାନ ଅମଳ ଶେଷ କରିଛନ୍ତି । କିନ୍ତୁ ଚାଷୀଙ୍କ ଧାନ କ୍ରୟ ନେଇ ପ୍ରସ୍ତୁତ ମଣ୍ଡିରେ ଧାନ ଆସୁନଥିବା କିମ୍ବା କଷ୍ଟମ ମିଲର୍ସ ଉଠୁନଥିବାକୁ ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକୋଟ କରିଛନ୍ତି । ଗତ ମାସ ୨୫ ତାରିଖରେ କୋରାପୁଟ ଜିଲ୍ଲାରେ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି କାର୍ଯ୍ୟାରମ୍ଭ କରିବ ବୋଲି ଜିଲ୍ଲା ପ୍ରକ୍ୟୁରମେଣ୍ଟ ବୈଠକରେ ନିଷ୍ପତି ହୋଇଥିଲେ ସୁଦ୍ଧା ଦାର୍ଘ ୧୦ ଦିନ ହେଲାଣି ଧାନ କ୍ରୟ ହୋଇପାରୁନାହିଁ । ଏହିପରି କିଛି ମଣ୍ଡିରେ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଥିଲେ ସୁଦ୍ଧା ମିଲର୍ସ ମାନଙ୍କ କଷ୍ଟମ ମିଲିଂ ପାଇଁ ଧାର୍ଯ୍ୟ ପ୍ରଦାନ କରାଯାଇନଥିବା ଯୋଗୁଁ ମଣ୍ଡିରୁ ଧାନ ଆସୁନାହିଁ ଏବଂ କ୍ରୟ ହୋଇପାରୁନାହିଁ । ସେହିପରି ନିୟୁନ୍ତ୍ରୀତ ବଜାର କମିଟି ପକ୍ଷରୁ ଆବଶ୍ୟକ ଗୋଦାମ ଗୃହ ନଥିବା ଯୋଗୁଁ ଚାଷୀଙ୍କ ଧାନ କ୍ରୟ ହୋଇପାରୁନାହିଁ । ଏହିପରି ଅବ୍ୟବସ୍ଥାରେ ପ୍ରତ୍ୟେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହିପରି କୋରାପୁଟ ଜିଲ୍ଲାର ମିଲର୍ସ ମାନେ ଚଳିତ ରବିଧାନ କଷ୍ଟମ ମିଲିଂ ବାବଦକୁ ଗ୍ରହଣ କରିବେ ନାହିଁ ବୋଲି ଜଣାଇବା ପରେ ଗତବର୍ଷ ଭଳି ବାହାର ଜିଲ୍ଲାରୁ ମିଲର୍ସ ଜିଲ୍ଲାର ରବିଧାନ କଷ୍ଟମ ମିଲିଂ ପାଇଁ ନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି କଳାହାଣ୍ଡି ଜିଲ୍ଲାର ୩୫ ଜଣ ମିଲର୍ସ ସେମାନେ କୋରାପୁଟ ଜିଲ୍ଲାର ମଣ୍ଡିରୁ କଷ୍ଟମ ଧାନ ଗ୍ରହଣ ନେଇ ସେମାନଙ୍କ ସ୍ବୀକାର ପତତ୍ର ପ୍ରଦାନ କରିଛିନ୍ତି । କିନ୍ତୁ ବର୍ତ୍ତମାନ ଗତକାଲି ମାତ୍ର ୧୪ ଜଣ ଏବଂ ଆଜି ଜଣେ କଳାହାଣ୍ଡି ଜିଲ୍ଲାର ମିଲର୍ସ ଚୁକ୍ତିନାମା ଧାନ ଗ୍ରହଣ ନେଇ ରାଜ୍ୟ ଖାଦ୍ୟ ନିଗମ ସହ କରିଛନ୍ତି । ଏହିପରି ସେମାନେ ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିଛନ୍ତି । ବଳକା କଳାହାଣ୍ଡି ଜିଲ୍ଲାର ମିଲର୍ସ ଧାନ ଗ୍ରହଣ ନେଇ ସେତେଟା ଆଗ୍ରହ ପ୍ରକାଶ କରୁନଥିବା ନେଇ ଆଲୋଚନା ହେଉଛି । ତେଣୁ ଏହିପରି ଧାନମଣ୍ଡି ସୂଚାରୁ ଓ ପୂର୍ଣ୍ଣ ରୂପେ ପରିଚାଳନା ନେଇ ଚାଷୀ ମାନଙ୍କ ମଧ୍ୟରେ ଦେଖାଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande