ଭୁବନେଶ୍ୱର,
04 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ୟାରିସରେ ହେଉଥିବା ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
।
ସେ
ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପ୍ୟାରିସରେ ଆୟୋଜିତ ହେଉଥିବା ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସ ୨୦୨୫ ରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ
ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ଆପଣଙ୍କର ଏହି ଉପଲବ୍ଧି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ
ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ
ଆଗାମୀ ପିଢ଼ିକୁ ପ୍ରେରଣା ଦେବ । ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା
କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ