ଓଡ଼ିଶାବାସୀଙ୍କ ସେବାରେ ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରୟାସରତ :ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 04 ଜୁନ (ହି.ସ.) ଏକ ବର୍ଷ ତଳେ ସାଧାରଣ ନିର୍ବାଚନରେ ଆଜିର ଦିନରେ ବିଜେପିକୁ କ୍ଷମତାସୀନ କରିଥିବାରୁ ଓଡିଶାବାସୀଙ୍କ ସେବାରେ ଆମେ ବ୍ରତୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି., ବର୍ଷେ ତଳେ, ଆଜିର ଦିନରେ
ଓଡ଼ିଶାବାସୀଙ୍କ     ସେବାରେ ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରୟାସରତ :ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 04 ଜୁନ (ହି.ସ.) ଏକ ବର୍ଷ ତଳେ ସାଧାରଣ ନିର୍ବାଚନରେ

ଆଜିର ଦିନରେ ବିଜେପିକୁ କ୍ଷମତାସୀନ କରିଥିବାରୁ ଓଡିଶାବାସୀଙ୍କ ସେବାରେ ଆମେ ବ୍ରତୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି., ବର୍ଷେ ତଳେ, ଆଜିର

ଦିନରେ ଆପଣମାନେ ବିକାଶକୁ ବାଛିଥିଲେ; ଓଡ଼ିଶାରେ ସକାରାତ୍ମକ ପରିବର୍ତ୍ତନ ଚାହିଁଥିଲେ ଏବଂ

ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ ଦେଇ “ଲୋକଙ୍କ ସରକାର” ଗଢ଼ିଥିଲେ

। ଏହା ଥିଲା ସତ୍ୟର ବିଜୟ, ଅସ୍ମିତାର ବିଜୟ ।ଆପଣଙ୍କ

ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି । ଆପଣଙ୍କ ଭରସା ଆମକୁ ସବୁ ପ୍ରତିଶ୍ରୁତି

ପୂରଣ କରିବା ପାଇଁ ପ୍ରେରଣା ଦେଉଛି । ଆପଣ ଆମ ଉପରେ ଯେଉଁ ଆସ୍ଥା, ବିଶ୍ୱାସ

ଓ ଭରସା ରଖିଛନ୍ତି, ତାହାର ସମ୍ମାନାର୍ଥେ ଓଡ଼ିଶାବାସୀଙ୍କ ସେବାରେ

ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରୟାସରତ ରହିଛୁ ଏବଂ ରହିବୁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande