ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ଭୁବନେଶ୍ୱର 04 ଜୁନ (ହି.ସ.) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କ ମୃତ୍ୟୁ ବିଷୟ ସମ୍ବାଦ ଦୃଷ୍ଟିକୁ ଆସିବା ମାତ୍ରେ ସରକାରଙ୍କ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇତି ମଧ୍ୟରେ ଘଟଣାର ବିଧିବଦ୍ଧ ତଦନ୍ତ
ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ


ଭୁବନେଶ୍ୱର 04 ଜୁନ (ହି.ସ.) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କ ମୃତ୍ୟୁ ବିଷୟ ସମ୍ବାଦ ଦୃଷ୍ଟିକୁ ଆସିବା ମାତ୍ରେ ସରକାରଙ୍କ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ଇତି ମଧ୍ୟରେ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କନ୍ଧମାଳ ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଟିମ୍ ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୭ ଦିନ ମଧ୍ୟରେ ବିଶେଷଜ୍ଞ ଟିମଙ୍କ ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ; ଏବଂ ଅବହେଳା କରିଥିବା ଡାକ୍ତର/ନର୍ସିଂ ଅଫିସର/ଷ୍ଟାଫଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande