ଭୁବନେଶ୍ୱର 04 ଜୁନ (ହି.ସ.) କନ୍ଧମାଳ
ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ସୁନିମା
ପ୍ରଧାନଙ୍କ ମୃତ୍ୟୁ ବିଷୟ ସମ୍ବାଦ ଦୃଷ୍ଟିକୁ ଆସିବା ମାତ୍ରେ ସରକାରଙ୍କ ତରଫରୁ ତୁରନ୍ତ
କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ଇତି
ମଧ୍ୟରେ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କନ୍ଧମାଳ ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ
ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଟିମ୍
ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ
କରିଛନ୍ତି । ୭ ଦିନ ମଧ୍ୟରେ ବିଶେଷଜ୍ଞ ଟିମଙ୍କ ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ
କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଗର୍ଭବତୀ
ମହିଳାଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ; ଏବଂ ଅବହେଳା
କରିଥିବା ଡାକ୍ତର/ନର୍ସିଂ ଅଫିସର/ଷ୍ଟାଫଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ