କୋରାଇ ଉନ୍ନୟନ ପରିଷଦର ପ୍ରତିଷ୍ଠା ଦିବସ ପାଳିତ
କୋରେଇ, ୦୪ ଜୁନ୍ (ହି.ସ.) - କୋରାଇର ବିଭିନ୍ନ ସମସ୍ୟା ନିମନ୍ତେ ସ୍ୱର ଉତୋଳନ କରୁଥିବା କୋରାଇ ଉନ୍ନୟନ ପରିଷଦର ଚତୁର୍ଥ ପ୍ରତିଷ୍ଠା ଦିବସ ଓ ଯୋଜନା ସମନ୍ୱୟ ବୈଠକ ପାଣିକୋଇଲିସ୍ଥିତ ବରିଷ୍ଠ ନାଗରିକ ମଂଚର କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଏଥି ନିମନ୍ତେ ପରିଷଦ ତରଫରୁ ପାଣିକୋଇଲିସ୍ଥିତ ବୃଦ୍ଧାଶ୍ର
କୋରାଇ ଉନ୍ନୟନ ପରିଷଦର ପ୍ରତିଷ୍ଠା ଦିବସ ପାଳିତ


କୋରେଇ, ୦୪ ଜୁନ୍ (ହି.ସ.) - କୋରାଇର ବିଭିନ୍ନ ସମସ୍ୟା ନିମନ୍ତେ ସ୍ୱର ଉତୋଳନ କରୁଥିବା କୋରାଇ ଉନ୍ନୟନ ପରିଷଦର ଚତୁର୍ଥ ପ୍ରତିଷ୍ଠା ଦିବସ ଓ ଯୋଜନା ସମନ୍ୱୟ ବୈଠକ ପାଣିକୋଇଲିସ୍ଥିତ ବରିଷ୍ଠ ନାଗରିକ ମଂଚର କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଏଥି ନିମନ୍ତେ ପରିଷଦ ତରଫରୁ ପାଣିକୋଇଲିସ୍ଥିତ ବୃଦ୍ଧାଶ୍ରମ ଶେଷ ପରିଚୟର ଅନ୍ତେବାସୀଙ୍କ ନିମନ୍ତେ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା। ପରିଷଦର ସଭାପତି ଶ୍ରୀଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଦିବସରେ ଜାତୀୟ ମାନବଧିକାର କମିଶନଙ୍କ କୋର କମିଟି ସଦସ୍ୟ ତଥା ପରିଷଦର ମୁଖ୍ୟ ଉପଦେଷ୍ଟା ମନୋଜ କୁମାର ଜେନା ଯୋଗ ଦେଇ କୋରାଇର ଉନ୍ନତି ନେଇ ପରିଷଦକୁ ଆହୁରି ପରିଶ୍ରମ କରିବା ଲାଗି ଆହ୍ୱାନ ଦେଇଥିଲେ। ପରିଷଦର ସମ୍ପାଦକ ଆଲୋକ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦ ଉପସଭାପତି ଅମୁଲ୍ୟ କୁମାର ଦାସ, ଉପଦେଷ୍ଟା ନୃସିଂହ ଚରଣ ଦଳାଇ, ମଦନ ମୋହନ କର, ସୁବ୍ରତ କୁମାର ସେନଙ୍କ ସମେତ ରବିନାରାୟଣ ରାଉତ, ରବିନାରାୟଣ ଦାସ, ବ୍ରଜେଶ୍ୱରୀ ସିଂ, ବସନ୍ତ କର, ଜଳଧର ଜେନା, ସତ୍ୟ ରଂଜନ ସ୍ୱାଇଁ, ଗୋକୁଳାନନ୍ଦ ମହାପାତ୍ର, ସୁରେନ୍ଦ୍ର ସେଠୀ, ତରୁଣ କୁମାର ସାହୁ, ଶରତ ଚନ୍ଦ୍ର ପୃଷ୍ଠି, ଅଜୟ କୁମାର ମହାନ୍ତି, କାଳନ୍ଦି କଣ୍ଠଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆଗାମୀ ଦିନରେ ପରିଷଦ ତରଫରୁ ଶଙ୍ଗଚିଲା ଠାରେ ଜାତୀୟ କରଣ ବ୍ୟାଙ୍କ ପ୍ରତିଷ୍ଠା, ଜୈବିକ କୃଷି, ଭୁମିହୀନ ମାନଙ୍କୁ ପଟ୍ଟା ଓ ଘର ପ୍ରଦାନ, ପାଣିକୋଇଲି ଟ୍ରମା କେୟାର ଉଦଘାଟନ ଓ ଡ଼ାକ୍ତର ଓ ଶିକ୍ଷକ ସମସ୍ୟା,ଟ୍ରାଫିକ ସମସ୍ୟା, ବୃକ୍ଷରୋପଣ ସହିତ ବିଭିନ୍ନ ସମସ୍ୟା ଉପରେ ଗୁରତ୍ୱ ଦିଆଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଶେଷରେ କୋଷାଧକ୍ଷ ପ୍ରସନ୍ନ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande