ଭଦ୍ରକ, ୪ ଜୁନ୍ (ହି.ସ.) - ମଙ୍ଗଳବାର ସଞ୍ଜ ୭ଟା ବେଳେ ତିହିଡି ଥାନା ଅଧିନ ଭଦ୍ରକ -ଚାନ୍ଦବାଲି ରାସ୍ତାର କୋହ୍ଲ ବଜାର ଠାରୁ କିଛି ଦୂରରେ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୁତ୍ର ଓ କାନରୁ କାନଫୁଲ ଦୁର୍ବୃତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୋଲିସ ୨୦୨/ ୨୫ ମକଦ୍ଧମ ରୁଜୁକରି ତଦନ୍ତ ଚଳାଇଛନ୍ତି । ପ୍ରକାଶଯେ, ବାରସର ପଂଚାୟତ ଅଧୀନ ତିଆଡ଼ିସାହି ଗ୍ରାମର ପ୍ରଶାନ୍ତ ମହାକୁଡ଼ଙ୍କ ପତ୍ନୀ ସସ୍ମିତା ସ୍ଥାନୀୟ କଲେଜ ଛକରେ ଭଡାନେଇ ରହୁଛନ୍ତି ।ସେ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ତାଙ୍କ ପୁଅକୁ ସ୍କୁଟିରେ ବସାଇ ବିନ୍ଧାରେ ହେଉଥିବା ଏକ ବାହାଘରରେ ଯୋଗଦେବାକୁ ଯାଉଥିଲେ । କୋହ୍ଲ ବଜାର ଠାରୁ କିଛି ଦୂରରେ ୨ଜଣ ଦୁର୍ବୁତ ଏକ ବାଇକରେ ଆସି ତାଙ୍କ ପାଖକୁ ଲାଗି ଯାଇ ତାଙ୍କ ମଙ୍ଗଳସୂତ୍ର ଓ ଏକ କାନଫୁଲକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ପରେ ସେ ଏ ସମ୍ପର୍କରେ ତିହିଡି଼ ଥାନାରେ ଅଭିଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ