ବଲାଙ୍ଗିର, 4 ଜୁନ୍ (ହି.ସ.) ଆର୍ଆର୍ କଲୋନୀ ହାଇସ୍କୁଲରେ ବଲାଙ୍ଗିର ବିଧାୟକ କଳିକେଶ । ଆଜି ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ଆର୍ଆର୍ କଲୋନୀ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି । ଦୀନର୍ଘ ଦିନରୁ ଏହି ଆର୍ ଆର୍ କଲୋନୀରେ ଥିବା ହାଇସ୍କୁଲଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା, କିନ୍ତୁ କୌଣସି କାରଣ ମୁତାବକ ହେଣ୍ଡ ଅଭର୍ ହୋଇନଥିଲା । ଅଭିଯୋଗ ପାଇଲା ପରେ ଆଜି ବିଧାୟକ କଳିକେଶ ଲୋୟର ସୁକତଲେ କର୍ମଚାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆର୍ଆର୍ କଲୋନୀ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ବିଧାୟକ କଳିକେଶ ଜିଲ୍ଲା ଶିକ୍ଷା ଅଧିକାରୀ, ଲୋୟର ସୁକତଲେ କର୍ମଚାରୀ ଓ ସ୍ଥାନୀୟ ଆର୍ଆର୍ କଲୋନୀ ବାସିନ୍ଦାଙ୍କ ସହ ଆଲୋଚନା କଲା ପରେ ଆଗମୀ ସେସନ୍ରେ ଏହି ସ୍କୁଲରେ ପାଠ ପଢା ଆରମ୍ଭ ହେବ ବିଧାୟକ ଶ୍ରୀ ସିଂହଦଓ ବୋଲି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ