ଜୟପୁର, 4 ଜୁନ୍ (ହି.ସ.)ନିଜ ଖୁଡି ର ହତ୍ୟା କାରୀ ସାଜିଲା ନିଷ୍ଠୁର ପୁତୁରା । ଛୁରୀ ରେ ଭୂସୀ ଭୂସୀ ଖୁଡିରର ହତ୍ୟା କଲା ସୈତାନ ପୁତୁରା ଏଭଳି ଅତଭନୀୟ ଘଟଣା ଘିଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀ ଗିରି ପଞ୍ଚାୟତ ର ମିନା ଗୁଡା ଗାଁ । ମୃତ ମହିଳା ରୁକ୍ମିଣୀ ପେଣ୍ଠିଆ । ତାଙ୍କର ବୟସ ୪୦ବର୍ଷ । ତାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କ ସ୍ୱାମୀ କିଶ୍ୱର ପେଣ୍ଠିଆ ଙ୍କ ମସ୍ତିଷ୍କ ଜନିତ ସମସ୍ୟା ଅଛି । ଏହାର ସୁଯୋଗ ନେଇ ତାଙ୍କ ପୁତୁରା ଡମ୍ବ ପେଣ୍ଠିଆ ରୁକମଣୀ ପେଣ୍ଟଆ ଙ୍କୁ ମନ୍ଦ ଉଦ୍ଦେଶ୍ୟ ନେଇ ତାଙ୍କୁ ଟଣା ଓଟରା କରିଥିଲେ ରୁକ୍ମିଣୀନ ମାନିବାରୁ ତାଙ୍କୁ ଛୁରୀ ଭୂସୀ ହତ୍ୟା କଲା ଡମ୍ବୁ ପେଣ୍ଠଆ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁକ୍ମିଣୀ ଙ୍କୁ ପ୍ରଥମେ ଜୟପୁର ଜିଲା ମେଡିକାଲ ଓ ପରେ କୋରାପୁଟ ମେଡିକାଲ କଲେଜ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ରୁକ୍ମିଣୀ କୋରାପୁଟ ମେଡିକାଲ କଲେଜ ରେ ଚିକତ୍ସା ଧୀନ ଅବସ୍ଥାରେ ଆଖି ବୁଜିଲେ। ଅନେଇ ରୁକ୍ମିଣୀ ଙ୍କ ସ୍ୱାମୀ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ ଟିମ ର ସହାୟତା ରେ ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁତୁରା ଦମ୍ଭୁ ପେଣ୍ଠିଆ ଥାନାରେ ଆତ୍ମ ସମର୍ପଣ କରିଛି । ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି ମୃତ ରୁକ୍ମିଣୀ ଙ୍କ ଭଉଣୀ ହୀରା ପାଇକ,ଓ ଭାଉଜ ମୁକ୍ତା ପେଣ୍ଠିଆ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି