ବଲାଙ୍ଗିର, ୪ ଜୁନ୍ (ହି.ସ.) - ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ବ୍ଲକର କର୍ମକର୍ତା ନୁଆ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲିପ କୁମାର ଯୋଷୀଙ୍କୁ ସ୍ୱାଗତ କରିଥିଲେ ଏବଂ ମାନନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ମାନନୀୟା ଶିକ୍ଷା ସଚିବ କୁ ଏକ ଦାବିପତ୍ର ଦିଆଯାଇଥିଲା। ଏହି ଦାବିପତ୍ରରେ ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମ ୨୦୧୯ ଅନୁସାରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ରେ ଓଟିଇଟି କୁ ବାଧ୍ୟତାମୂଳକ ନ କରିବା ପାଇଁ ଅନୁରୋଧ କରାଯାଇଛି । ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କ ପାଇଁ ଓଟିଇଟି ଲାଗୁ କରିବା ଅର୍ଥ ସରକାରୀ ନିୟମକୁ ଖିଲାପ କରିବା । ତେଣୁ ଭି (ଏ) ରୁ ଭି (ବି) କୁ କିମ୍ବା ସମସ୍ତ ପ୍ରକାରର ପଦୋନ୍ନତି ରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଯିଏ ଓଟିଇଟି କରୁ ବା ନ କରୁ ସମସ୍ତଙ୍କୁ ପଦୋନ୍ନତି ଦେବା ପାଇଁ ସଂଘ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ଓପିଟିଏ ର ଜିଲ୍ଲା ସଂପାଦକ କୈଶ୍ ରସୁଲ ଖାନ, ଏୟୁପିଟିଏଫ୍ ର ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ଓପିଟିଏ ର ବ୍ଲକ ସଭାପତି ମହାଦେବ ମେଶ୍ୱା, ସମ୍ପାଦକ ପ୍ରଦୀପ ପ୍ରଧାନ, ବସନ୍ତ କୁମାର ବୁଡେକ, ଭରତ ମହାକୁର, କୌଶଲ୍ୟା ସାହୁ, ଉତମା ବାଗ, ବିନୋଦିନି ରଣା, ଗୋପାଳଜୀ ଚୈାଧୁରି, ଜ୍ଞାନ ବେହେରା ଇତ୍ୟାଦି ବହୁ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ