ବିଲଟ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଧାୟକଙ୍କ ବୈଠକ
ଜୟପୁର, ୦୪ ଜୁନ୍ (ହି.ସ.) - ବିଲଟ ପେପରମିଲ ପୁନଃ କାର୍ଯ୍ୟକ୍ଷମ କିପରି ହେବ। ଯେଉଁ କମ୍ପାନୀ ଏହାକୁ ଚଲାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି ସେମାନଙ୍କୁ କିପରି ଜୟପୁରର ବିଲଟ କର୍ମଚାରୀ ମାନେ କିପରି ସହଯୋଗ କରିବେ ସେନେଇ ଗତକାଲି ରାତି ସ୍ଥାନୀୟ ରୁତୁରାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ବିଧାୟକ ତାରାପ୍ରସାଦ
ବିଲଟ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଧାୟକଙ୍କ ବୈଠକ


ଜୟପୁର, ୦୪ ଜୁନ୍ (ହି.ସ.) - ବିଲଟ ପେପରମିଲ ପୁନଃ କାର୍ଯ୍ୟକ୍ଷମ କିପରି ହେବ। ଯେଉଁ କମ୍ପାନୀ ଏହାକୁ ଚଲାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି ସେମାନଙ୍କୁ କିପରି ଜୟପୁରର ବିଲଟ କର୍ମଚାରୀ ମାନେ କିପରି ସହଯୋଗ କରିବେ ସେନେଇ ଗତକାଲି ରାତି ସ୍ଥାନୀୟ ରୁତୁରାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଟି ୟୁନିଅନର କର୍ମକର୍ତାଙ୍କ ସମେତ ବିଲଟ ପେପରମିଲର କଂଟ୍ରାକ୍ଟର ଏବପ୍ସ କଂଚାମାଲ ଯୋଗାଉଥିବା ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ। ବିଧାୟକ ଉପସ୍ଥିତ ରହି ଆବୁଦାବିର କମ୍ପାନୀ ବର୍ତମାନ ବିଲଟ ପେପରମିଲ ଚାଲୁ କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଆସନ୍ତା ୨୫ ତାରିଖ ମଧ୍ୟରେ ସେ ସରକାରଙ୍କ ସହ ଏମଓୟୁ କରିବେ। ବିଲଟରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ୧୦ ମାସର ଦରମା ପ୍ରଦାନ କରିବା ପାଇଁ ଯେଉଁ ଦାବି ହୋଇ ଆସୁଥିଲା ତାହା ମଧ୍ୟ ଖୁବ ଶିଘ୍ର ପୁରଣ ହେବ। ଆସନ୍ତା ଜୁଲାଇ ମାସ ଠାରୁ ସମସ୍ତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ଏନେଇ ସେ ନୂତନ କମ୍ପାନୀ ସହ କଥା ହୋଇଛନ୍ତି। ବୈଠକରେ କିଛି ଶ୍ରମିକ ନେତା ଏକ ମାସ କିମ୍ବା ଦୁଇ ମାସ ଦରମା ଦେଇ ପୁଣି ବନ୍ଦ କରିଦେବେ କି ବୋଲି ପ୍ରଶ୍ନ କରିବାରୁ ବିଧାୟକ ମୁଁ ସେମାନଙ୍କ ସହ କଥା ହୋଇଛି। ନିୟମିତ ଭାବେ ଆପଣମାନଙ୍କୁ ଜୁଲାଇ ମାସ ଠାରୁ ଦରମା ପ୍ରଦାନ କରାଯିବ। ବଳକା ଯେଉଁ ୧୦ ମାସର ଦରମା ମଧ୍ୟ ଧିରେ ଧିରେ ପ୍ରଦାନ କରାଯିବ ବୋଲି କହିଛନ୍ତି। ଏହି ବୈଠକରେ କଂଟ୍ରାକ୍ଟର ୟୁନିଅନର ନରେନ୍ଦ୍ର ମହାନ୍ତି ଓ ଲାଡି ଶ୍ରୀନୁଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ସେହିପରି ୪ ନମ୍ବର ୟୁନିଅନର ସଭାପତି ତଥା ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଦିପ କୁମାର ରାୟ, ସନ୍ଦିପ ମଣ୍‌ତଳ, ସୁନିଲ ସାହୁ, ଉପେନ୍ଦ୍ର ଜେନା ଓ ୩ ନମ୍ବର ୟୁନିଅନର ସଭାପତି ଉଜବିନ ନାୟକ, ଉମା ପାଣିଗ୍ରାହୀ, ସୁଦର୍ଶନ ସେଠୀଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande