ଘଟଗାଁ ୪ ଜୁନ(ହି ସ) - ରାସ୍ତାକଡ଼ଉପରେ ପାର୍କିଂ, ଯୋଗୁ ଜନସଧାରଣ ଦୁର୍ଘଟଣାର ଶିକାର ହୋଉଠିବା ଅଭିଯୋଗ ହେଉଛି । ଶୈବଙ୍ଗ ଛକ ଠାରୁ ଘଷିପୁରା ବସଷ୍ଟାଣ୍ଡ ଯାଏ ଅନେକ ସ୍ଥାନ ରେ ଅନେକ ସମୟରେ ରାସ୍ତା ଉପରେ ୨ ଚାକିଆ ଯାନ ଓ ୪ ଚକିଆ ଯାନ ରଖିଥାନ୍ତି ଆନନ୍ଦପୁର ପୌରାଞ୍ଚଳରେ ଯାତ୍ରୀବାହୀ ବସ୍ ଓ ଜରୁରି କାମ ପାଇଁ ବିଭିନ୍ନ ଅଂଚଳରୁ ବସଷ୍ଟାଣ୍ତ ,ବ୍ୟାଙ୍କ ଥାନା, ସୁନା ଦୋକାନ ଥିବାବେଳେ ବାଇକ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ଗାଡି ଗୁଡ଼ିକ ରାସ୍ତା ଉପରରେ ବହୁ ସମୟ ଧରି ରହୁଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଥିସହିତ ବ୍ୟବସାୟୀମାନେ ମନଇଚ୍ଛା ରାସ୍ତାକଡ଼ରେ ପରିବା ଦୋକାନ ଖୋଲି ବିକ୍ରି କରୁଛନ୍ତି ଲୋକେ ରାସ୍ତାରେ ଗାଡ଼ି ରଖି କିଣାକିଣି କରୁଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି!
ଏପଟେ ପୌର କର୍ତୃପକ୍ଷ ସ୍ୱତନ୍ତ୍ର ଭେଣ୍ଡିଂଜୋନ ବଜାର ଖୋଲିବାକୁ ପ୍ରତିଶ୍ରୁତି ଦେଇ ଚୁପ୍ ରହି ଯାଇଛନ୍ତି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୨ନମ୍ବର ୱାର୍ଡ ଶାଳପଡ଼ାଠାରୁ ୧୬ନମ୍ବର ଓର୍ଚ ଶୈଲଙ୍କ ପର୍ଯ୍ୟନ୍ତ ୩୦ରୁ ଉର୍ଦ୍ଧ ବ୍ୟବସାୟୀ ରାସ୍ରାକଡ଼ରେ ବିଭିନ୍ନ ପନିପରିବା ଜଳଖିଆ ଦୋକନ ଖୋଲି ବିକ୍ରି କରୁଛନ୍ତି ଲୋକେ ରାସ୍ତାରେ ଗାଡ଼ିମୋଟର ରଖି ଜିଣିବାପାଇଁ ଭିଡ ଲଗାଉଛନ୍ତି। ଘସିପୁରା ଥାନା ଠାରୁ ଘସିପୁରା ସଅମିଲ ଛକ ଯାଏ ରାସ୍ତା ଉପରେ ବାଇକ ଧାଡି ଧାଡି ହୋଇ ରହିଥିବା ଦେଖବାକୁ ମିଳିଛି ।
ଫଳରେ ବସ, ଟ୍ରକ, ଛୋଟ ବଡ଼ ଗାଡି ଯାତାୟତ ରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ଏଥି ସପିତ ଦୈନଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।
ଏନେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କ ସହ ଯୋଗାଯୋଗ କରାଯାଉଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ