ଭଦ୍ରକ, ୪ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଶହୀଦନଗର ସ୍ଥିତ ଶହୀଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତିଲୋତମା ଦାଶ ସଭାରେ ପୌରହିତ୍ୟ କରିଥିଲେ।ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ର ସହିତ ଉତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଥିବା ଛାତ୍ରୀ ସୁଶ୍ରୀ ଶ୍ରୀମା ସାହୁ,ମଧୁସ୍ମିତା ତ୍ରିପାଠୀ,ଲିଜାରାଣୀ ଜେନା,ସ୍ୱାଗତିକା ବେହେରା,ଶ୍ରଦ୍ଧା ମଳିକ,ରଶ୍ମି ରଞ୍ଜିତା ସାହୁ,ମାଧବୀ ନାୟକ,ସୁନିତା ମୁଦୁଲି,ଇତିଶ୍ରୀ ମଞ୍ଜରୀ ନାଥ ଏବଂ ସୁଚିସ୍ମିତା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବରିଷ୍ଠ ଅଧ୍ୟାପକ ଡ଼ଃ ମୁରଲୀଧର ଶତପଥୀ,ମୃତ୍ୟୁଞ୍ଜୟ ମଣ୍ଡଳ,ରବୀନ୍ଦ୍ର ମହାପାତ୍ର,ପ୍ରଦ୍ୟୁମ୍ନ ପଣ୍ଡା,ଉମାକାନ୍ତ ମଲିକ,ବସନ୍ତ ବେହେରା,ଅଧ୍ୟାପିକା ମଧୁସ୍ମିତା ସାହୁ,ରୁକିୟା କାଦ୍ରୀ,ଅର୍ପିତା ବେହେରା ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗଦେଇ ଉଦ୍ୟମ ଓ ଆତ୍ମ ବିଶ୍ୱାସ ସଫଳତା ଆଣି ଦେଇଥାଏ ବୋଲି ପ୍ରକାଶ କରିଥିଲେ।ଅଧ୍ୟାପକ ରାଜେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ଶିକ୍ଷା କର୍ମଚାରୀ ବ୍ରହ୍ମାନନ୍ଦ ଖଟୁଆ,ଅଜୟ ନାୟକ,ସୁବୋଧ ସାହୁ,ବିଦ୍ୟାଧର ସେଠୀ,କୃଷ୍ଣଚନ୍ଦ୍ର ବାରିକ,ବିଜୟ ସାହୁ,ସଚ୍ଚିକାନ୍ତ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଗ୍ରାମାଂଚଳ ରେ ଏପରି ଛାତ୍ରୀ ଙ୍କ କୃତିତ୍ୱ ନେଇ ଅଭିଭା୍ୱକ ମହଲ ରେ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ