ସୁବର୍ଣ୍ଣପୁର, ୪ ଜୁନ୍ (ହି.ସ.) - ସୋନପୁର ପ୍ରୀମିଅର୍ ଲିଗ୍ ୩ ୟ ସଂସ୍କରଣ ର ଚତୁର୍ଥ ଦିବସ ର ପ୍ରଥମ ମ୍ୟାଚ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ଟିମ୍ ରାମ ଏକାଦଶ ଓ ସୋନପୁର ସୁପର ଜାଏଂଟସ୍ ମଧ୍ୟରେ ଅନୁଷ୍ଟିତ ହୋଇଛି । ଅତିଥି ଭାବରେ ଭାଷ୍ୟକାର କେ ବର୍ଷା ଦେବୀ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଟସ୍ ଜିଣି ରାମ ଏକାଦଶ ପ୍ରଥମେ ଫିଲଡିଂ ନିଷ୍ପତି ନେଇ ଥିଲା । ସୋନପୁର ସୁପର ଜାଏଂଟସ୍ ଦଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୬୩ ରନ୍ କରିଥିଲା । ଆକାଶ ପାତ୍ର ସର୍ବାଧିକ ୩୯ ରନ୍, ସୌରଭ ବେଦବାକ ୨୩ ରନ୍, ଓ ଗୌରାଙ୍ଗ ମହାନନ୍ଦିଆ ୧୮ ରନ୍ ସଂଗ୍ରହ କରିଥିବା ବେଳେ ରାମ ଏକାଦଶ ପକ୍ଷରୁ ପିଙ୍କୁ ବେହେରା ୩ ଟି ୱିକେଟ, ମନୋଜ୍ ବଡ ଚାଟ, ବିଷ୍ଣୁ ନାଏକ, ସୋମା ନାଗ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ପ୍ରତି ଉତରରେ ରାମ ଏକାଦଶ ଦଳ ୧୮.୩ ଓଭର ରେ ୧୨୦ ରନ କରି ଅଲ୍ ଆଉଟ୍ ହୋଇ ଥିଲେ । ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ୨୫ ବଲ ରେ ୫୩ ରନ୍ ଓ ମନୋଜ୍ ବଡ ଚାଟ ୨୫ ରନ୍ କରି ଥିଲେ । ବିପକ୍ଷ ଦଳ ପକ୍ଷରୁ ଆକାଶ ପାତ୍ର ୩ ଟି ୱିକେଟ ଓ ସୁବାସ ମେହେର ୨ ଟି ହାସଲ କରିଥିଲେ ସୁପରଜେଂଟସ ଦଳ ୨ ୱିକେଟ ଓ ୪୩ ରନ ରେ ଚତୁର୍ଥ ଦିବସ ର ପ୍ରଥମ ମ୍ୟାଚ ବିଜୟୀ ହୋଇଛି । ଆକାଶ ପାତ୍ର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ.ରାଓ ପ୍ରଦାନ କରିଥିଲେ । ସୁବାସ ଭୋଇନା ଓ ଶ୍ରିବନ୍ତ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ । ଦିନେଶ ଘିବିଲା ଓ ବିଶ୍ୱନାଥ ନାୟକ ସ୍କୋରର ଭାବେ ଦାୟିତ୍ୱ ତୁଲାଇ ଥିଲେ । ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରଦୀପ ସେଠୀ, ଏସ ପି ଏଲ୍ ଅଧ୍ୟକ୍ଷ ବି ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, ଏସ ଡି ସି ଏ କୋଚ୍ ରାଜେନ୍ଦ୍ର ମିଶ୍ର , ପ୍ରାକ୍ତନ ଖେଳାଳି ଆଶିଷ ମଲ୍ଲିକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ