ନୂଆଦିଲ୍ଲୀ, 4 ଜୁନ୍ (ହି.ସ.)- ପ୍ରତିରକ୍ଷା ମନ୍ତ୍ରୀରାଜନାଥ ସିଂହ ବୁଧବାର ଦିନ
ନୂଆଦିଲ୍ଲୀରେ ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଏମପିଙ୍କସହିତ
ଦ୍ୱିପକ୍ଷୀୟ ଆଲୋଚନା କରିଥିଲେ। ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା
କରିଥିଲେ ଓ ପ୍ରତିରକ୍ଷା ସହଯୋଗକୁ ଆହୁରି ଶକ୍ତିଶାଳୀ କରିବାରେ ଗୁରୁତ୍ୱ ଦେଇଥିଲେ। ଉଭୟ ଦେଶ
ଏହା ଉପରେ ସମ୍ମତି ଜଣାଇଛନ୍ତି ଯେ ପ୍ରତିରକ୍ଷା ଓ ସୁରକ୍ଷା ବ୍ୟାପକ ରଣନୈତିକ ଭାଗିଦାରିର
ମୁଖ୍ୟ ଅଂଶ ଅଟେ ଏବଂ ଭାରତ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ନିୟମ-ଭିତ୍ତିକ
ବ୍ୟବସ୍ଥା ପ୍ରତି ସଂକଳ୍ପବଦ୍ଧ ଅଟନ୍ତି।
ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଆଜି ରାଷ୍ଟ୍ରୀୟ ଯୁଦ୍ଧ
ସ୍ମାରକକୁ ଯାଇ ଭାରତର ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମାଲ୍ୟାର୍ପଣ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଦ୍ୱିପକ୍ଷୀୟ ଆଲୋଚନା ପূର୍ବରୁ ମାର୍ଲେସଙ୍କୁ ସାକ୍ଷତ କରିଥିଲେ । ମାର୍ଲେସ୍ ତିନୋଟି ସେନା
ବିଭାଗର ସଲାମୀ ଗାରଦକୁ ଅବଲୋକନ କରିଥିଲେ, ଯାହା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ
ବଢ଼ୁଥିବା ପ୍ରତିରକ୍ଷା ସମ୍ପର୍କକୁ ରେଖାଙ୍କିତ କରିଛି । ରାଜନାଥ ସିଂହ ରିଚାର୍ଡ ମାର୍ଲେସ୍ ଏମସିଙ୍କସହିତ ଏକ
ଅତ୍ୟନ୍ତ ଉପଯୁକ୍ତ ବୈଠକରେ ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ବୁଝାମଣାର ସମ୍ପୂର୍ଣ୍ଣ ଶୃଙ୍ଖଳାର ସମୀକ୍ଷା
କରିଥିଲେ। ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗକୁ ଶକ୍ତିଶାଳୀ କରିବାରେ ତାଙ୍କ ବ୍ୟକ୍ତିଗତ ସଂକଳ୍ପ
ଓ ନେତୃତ୍ୱ, ଆମ ବ୍ୟାପକ ରଣନୈତିକ ଭାଗିଦାରିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବାହାରିଛି
। ପହେଲଗାମରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ଼ ପ୍ରତିକ୍ରିୟା ପାଇଁ ଅଷ୍ଟ୍ରେଲିଆର
ସ୍ପଷ୍ଟ ସମର୍ଥନ ପାଇଁ ଭାରତ ତାଙ୍କ ପ୍ରତି କୃତଜ୍ଞତା ଜଣାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା