ଛତିଶଗଢରେ ହିଷ୍ଟ୍ରିସିଟର ରୋହିତ ତୋମରଙ୍କ ଘରେ ଚଢାଉ ,କୋଟି କୋଟି ଟଙ୍କା ନଗଦ ଏବଂ ଅସ୍ତ୍ରଶସ୍ତ୍ର ଜବତ
ରାୟପୁର 4 ଜୁନ (ହି.ସ)-କରଣୀ ସେନା କଥିତ ରାଷ୍ଟ୍ରୀୟ ସଭାପତି ବୀରେନ୍ଦ୍ର ତୋମର ଏବଂ ତାଙ୍କ ଭାଇ ହିଷ୍ଟ୍ରିସିଟର ରୋହିତ ତୋମରଙ୍କ ରାୟପୁରର ଭାଠାଗାଓଁ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚର 25 ଜଣିଆ ଟିମ ମଙ୍ଗଳବାରରାତିରୁ ଦ୍ରୁତଗତିରେ ଚଢାଉ କରାଯାଇଛି।କ୍ରାଇମବ୍ରାଞ୍ଚ ଏହି ଟିମରେମହିଳାଙ୍କୁ ମଧ୍ୟ ସାମିଲ
ଛତିଶଗଢରେ ହିଷ୍ଟ୍ରିସିଟର ରୋହିତ ତୋମରଙ୍କ ଘରେ ଚଢାଉ ,କୋଟି କୋଟି ଟଙ୍କା ନଗଦ ଏବଂ ଅସ୍ତ୍ରଶସ୍ତ୍ର ଜବତ


ରାୟପୁର 4 ଜୁନ (ହି.ସ)-କରଣୀ ସେନା କଥିତ ରାଷ୍ଟ୍ରୀୟ ସଭାପତି ବୀରେନ୍ଦ୍ର ତୋମର ଏବଂ ତାଙ୍କ ଭାଇ ହିଷ୍ଟ୍ରିସିଟର ରୋହିତ ତୋମରଙ୍କ ରାୟପୁରର ଭାଠାଗାଓଁ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚର 25 ଜଣିଆ ଟିମ ମଙ୍ଗଳବାରରାତିରୁ ଦ୍ରୁତଗତିରେ ଚଢାଉ କରାଯାଇଛି।କ୍ରାଇମବ୍ରାଞ୍ଚ ଏହି ଟିମରେମହିଳାଙ୍କୁ ମଧ୍ୟ ସାମିଲ କରିଥିଲା।ତଥାପି ଚଢାଉ ପୁର୍ବରୁ ଉଭୟଙ୍କ ଭାଇ ଫେରାର ହୋଇଥିଲେ।ଉଭୟଙ୍କ ବିରୁଦ୍ଧରେ 10ରୁ ଅଧିକ ଗୁରୁତର ମାମଲା ରୁଜୁ ହୋଇଛି।

ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୁଚନା ଅନୁଯାୟୀ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନରେ ପୋଲିସ କୋଟି କୋଟି ଟଙ୍କାର ନଗଦ,ଦୁଇ କିଲୋ ସୁନା,ଦୁଇଟି ପିସ୍ତଲ,20 ଜୀବନ୍ତ କ୍ୟାଟ୍ରିଜ ,ଥାର ଗାଡି ସହିତ ବିଏମଡବ୍ଲୁ କାର ଏବଂ ଜମି ସହ ଜଡିତ ଗୁରୁତ୍ୱପୁର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରାଯାଇଛି।ସୁଚନା ଅନୁଯାୟୀ 15 ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ଠକ ରୋହିତ ତୋମରଙ୍କତ ଘରୁ ଜିଜିଟାଲ ପ୍ରମାଣ ମଧ୍ୟ ଜବତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande