ଭାରତ -ନେପାଳ ସୀମାରେ ଚୀନ ନାଗରିକ ଗିରଫ
ପୁର୍ବୀ ଚମ୍ପାରଣ 4 ଜୁନ (ହି.ସ)-ବିହାରରେ ପୁର୍ବୀ ଚମ୍ପାରଣ ଜିଲ୍ଲାର ରକ୍ସୌଲରେ ଭାରତ ନେପାଳ ସୀମାରେ ଅବସ୍ଥିତ ମୈତ୍ରୀ ପୁଲରୁ ଏସଏସବି ଏକ ଚୀନ ନାଗରିକଙ୍କୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରିଛି।ଗିରଫ ହୋଇଥିବା ଚୀନ ନାଗରିକଙ୍କ
ଭାରତ -ନେପାଳ ସୀମାରେ ଚୀନ ନାଗରିକ ଗିରଫ


ପୁର୍ବୀ ଚମ୍ପାରଣ 4 ଜୁନ (ହି.ସ)-ବିହାରରେ ପୁର୍ବୀ ଚମ୍ପାରଣ

ଜିଲ୍ଲାର ରକ୍ସୌଲରେ ଭାରତ ନେପାଳ ସୀମାରେ ଅବସ୍ଥିତ ମୈତ୍ରୀ ପୁଲରୁ ଏସଏସବି ଏକ ଚୀନ

ନାଗରିକଙ୍କୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରିଛି।ଗିରଫ

ହୋଇଥିବା ଚୀନ ନାଗରିକଙ୍କ ପରିଚୟ ହୁଜେସୀ ବୋଲି ଜଣାପଡିଛି,ଯିଏ ନେପାଳ ରାସ୍ତା ଦେଇ ଭାରତରେ ବୈଧ

ଭିସା ବିନା ଭାରତରେ ପ୍ରବେଶ କରିବାକୁ ଚେଷ୍ଟା

କରୁଥିଲେ।ଏହି ସମୟରେ ସୀମା ସୁରକ୍ଷାରେ ନିୟୋଜିତ ସୈନିକମାନେ ଜଣେ ନେପାଳୀ ନାଗରିକଙ୍କୁ ମଧ୍ୟ

ଧରିଛନ୍ତି,ଯିଏ ଜଣେ ଗାଇଡ ଭାବରେ ଚୀନ ନାଗରିକ ହୁଜେସୀଙ୍କୁ ଭାରତରେ ବେଆଇନ ଭାବରେ ପ୍ରବେଶ

କରିବାରେ ସାହାଯ୍ୟ କରୁଥିଲେ।ଏସଏସବୀର ଯବାନ ଯେତେବେଳେ ଉଭୟଙ୍କୁ ଅଟକାଇ ରୋକିଥିଲେ ଏବଂ ଯାଞ୍ଚ

କରିଥିଲେ ସେତେବେଳେ ଚୀନ ନାଗରିକଙ୍କ ନିକଟରୁ ଭାରତରେ ପ୍ରବେଶ ପାଇଁ କୌଣସି ବୈଧ ଭିସା କିମ୍ବା

ଡକ୍ୟୁମେଣ୍ଟ ନ ଥିଲା।ବର୍ତ୍ତମାନ ଉଭୟଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande