ନୂଆଦିଲ୍ଲୀ, 4 ଜୁନ୍ (ହି.ସ.)- ସାରା ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ୁଛି। ଗତ ୨୪ ଘଣ୍ଟାରେ
କୋଭିଡ୍-୧୯ ର ୨୭୬ ନୂଆ ମାମଲା ରେକର୍ଡ ହୋଇଛି, ଯାହା ଫଳରେ ଦେଶରେ ସକ୍ରିୟ
ମାମଲାର ସଂଖ୍ୟା ବଢ଼ି ୪,୩୦୨ ହୋଇଛି। ଅନ୍ୟପଟେ ଗତ 24 ଘଂଟାରେ
କରୋନା ସଂକ୍ରମଣରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ,
ବୁଧବାର
ଦିନ ଦେଶରେ କରୋନାର ସକ୍ରିୟ ମାମଲା ବଢ଼ି ୪,୩୦୨ ହୋଇଛି। ଗତ ୨୪
ଘଣ୍ଟାରେ ୨୭୬ ଟି ନୂଆ କେସ୍ ରେଜିଷ୍ଟର ହୋଇଛି। ଏହି ଅବଧି ମଧ୍ୟରେ କୋଭିଡ୍ ସଂକ୍ରମଣରେ ୭
ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ମୃତ୍ୟୁ ଦିଲ୍ଲୀ,
ଗୋଟିଏ
ଗୁଜରାଟ, ଗୋଟିଏ ତାମିଲନାଡୁ ଓ ଚାରିଟି ମହାରାଷ୍ଟ୍ରରେ ଘଟିଛି। ଗତ ୨୪
ଘଣ୍ଟାରେ ୫୮୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩,୨୮୧ କୋଭିଡ୍-୧୯ ରୋଗୀ ସୁସ୍ଥ
ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା