ଜୁନ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦ ୪ (ହି.ସ.) ‘ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା – “ଏକ୍ ପେଡ୍ ମା’ କେ ନାମ୍” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ” ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି
ଜୁନ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା - ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦ ୪ (ହି.ସ.)

‘ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ

କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

– “ଏକ୍ ପେଡ୍ ମା’ କେ ନାମ୍” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ” ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି

ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ “ମାଙ୍କ

ନାମରେ ଗୋଟିଏ ଗଛ ୨.୦” ର ଶୁଭାରମ୍ଭ ହେଉଛି । ଏହି

ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦

କୋଟି ଗଛ ଲଗାଇବା ପାଇଁ ଦେଶବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ ମେସେଜ୍ ଜରିଆରେ

ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ “ଏକ୍

ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ

ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ ।

ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ

ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ

ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ

ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ

ହୋଇଛି । ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଏହା

କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା

ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ

ନିଚ୍ଛକ ପ୍ରମାଣ । ଏହା ମାଟି ମାଆ ପ୍ରତି ଆମର

ପ୍ରେମ ଏବଂ ନିବିଡ଼ତାର ପ୍ରତୀକ । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ

ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା

ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ

ପରିଚୟ ଦେଇଛି । ଓଡ଼ିଶା ପ୍ରଦେଶ ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ

ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅଭିଯାନ କେବଳ ଏକ ପରିସଂଖ୍ୟାନରେ ସୀମିତ ନୁହେଁ ବରଂ ପ୍ରକୃତି

ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ । ଏହି ଅଭିଯାନ ଏପରି ଏକ ଭବିଷ୍ୟତ

ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ

; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ

ପରିଗଣିତ ହେବ । ସାରା ବିଶ୍ୱରେ ସ୍ଥାୟୀ ବିକାଶର ପ୍ରୟାସକୁ ମାର୍ଗଦର୍ଶନ କରୁଥିବା ଜାତିସଂଘ

ପରିବେଶ କାର୍ଯ୍ୟକ୍ରମ ଅନୁସାରେ – ଜଳବାୟୁ ସଂକଟର ସମାଧାନ

କେବଳ ନୂଆ ପଦ୍ଧତିରେ ନୁହେଁ ବରଂ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ୱାରା ସମ୍ଭବ ହେବ ।

ଏହି ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି । ମହାତ୍ମା

ଗାନ୍ଧୀ ଥରେ ଅତ୍ୟନ୍ତ ପ୍ରେରଣାଦାୟୀ କଥା କହିଥିଲେ । ସେ କହିଥିଲେ “ତୁମେ ସେହିପରି ଭାବରେ ନିଜକୁ ପରିବର୍ତ୍ତନ କର, ଯେଉଁ

ପରିବର୍ତ୍ତନ ତୁମେ ଦୁନିଆରେ ଦେଖିବାକୁ ଚାହୁଁଛ” । ଏହା

ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ -ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ; ଦାୟିତ୍ୱବାନ ଏବଂ ସମ୍ବେଦନଶୀଳତା ସହ ଏହି ପରିବର୍ତ୍ତନର ଜଣେ ଜଣେ

ଉତ୍ତମ ନାୟକ ହେଉଛନ୍ତି । ଏହାର ପ୍ରମାଣ ହେଉଛି, ୨୯

ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୫୦ ଲକ୍ଷରୁ ଅଧିକ ଗଛ ପାଇଁ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି ।

ଏହା ହିଁ ଭାରତର ବିଶାଳ ପରିବେଶ ଜ୍ଞାନକୁ ଡିଜିଟାଲ୍ ଏବଂ ସୁଲଭ କରିଛି ।

ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ । ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ

ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ । ଆମେ ଲଗାଉଥିବା ପ୍ରତିଟି ଚାରା ଏକ ବାର୍ତ୍ତା ବହନ କରେ ଯେ, ଆମେ ପ୍ରକୃତିର ଚିନ୍ତା କରୁ ଏବଂ ତା’ର ସୁରକ୍ଷା ପାଇଁ ମଧ୍ୟ ବେଶ୍ ଯତ୍ନବାନ ଅଛୁ । ଯେତେବେଳେ ଜନୈକ ବ୍ୟକ୍ତି ଗୋଟିଏ ଗଛ

ଲଗାଉଛନ୍ତି, ସେତେବେଳେ ଏକ ଆଶାର ସଂଚାର

ସୃଷ୍ଟି ହେଉଛି ଏବଂ ଏହି ଆଶାର ସଂଚାର ଆସନ୍ତାକାଲି ଏକ ସବୁଜ ଆନ୍ଦୋଳନର ସୂତ୍ରପାତ କରିବ, ଏହା ମୋର ପୂର୍ଣ୍ଣ

ବିଶ୍ୱାସ । ମାଟି ମାଆର ସୁରକ୍ଷା ପାଇଁ ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା ପାଇଁ ଶ୍ରୀ ପ୍ରଧାନ

ଆହ୍ୱାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande