ମୌସୁମୀ ଅଧିବେଶନର ତାରିଖ ଘୋଷଣା କଲେ ସରକାର
ନୁଆଦିଲ୍ଲୀ 4 ଜୁନ (ହି.ସ)-ଅପରେସନ ସିନ୍ଦୁର ଏବଂ ପରବର୍ତ୍ତୀ ଘଟଣାକ୍ରମ ଉପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ଦାବି ମଧ୍ୟରେ ସରକାର ଆଜି ଘୋଷଣା କରିଛନ୍ତି ଯେ ଆଗାମୀ ମୌସୁମୀ ଅଧିବେଶନ 21 ଜୁଲାଇରୁ ଆରମ୍ଭ ହୋଇ 12 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ସଂସଦୀୟ କମିଟିର ପ୍ରତିରକ୍
ମୌସୁମୀ ଅଧିବେଶନର ତାରିଖ ଘୋଷଣା କଲେ ସରକାର


ନୁଆଦିଲ୍ଲୀ 4 ଜୁନ (ହି.ସ)-ଅପରେସନ ସିନ୍ଦୁର ଏବଂ ପରବର୍ତ୍ତୀ ଘଟଣାକ୍ରମ ଉପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ଦାବି ମଧ୍ୟରେ ସରକାର ଆଜି ଘୋଷଣା କରିଛନ୍ତି ଯେ ଆଗାମୀ ମୌସୁମୀ ଅଧିବେଶନ 21 ଜୁଲାଇରୁ ଆରମ୍ଭ ହୋଇ 12 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ସଂସଦୀୟ କମିଟିର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ମୌସୁମୀ ଅଧିବେଶନର ତାରିଖକୁ ଅନୁମୋଦନ କରିଛନ୍ତି।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଏହି ସୁଚନା ଦେଇଛନ୍ତି।

ସୁଚନାଯୋଗ୍ୟ ଯେ ଅପରେସନ ସିନ୍ଦୁର ପରେ କାଲି ମଧ୍ୟ ବିରୋଧୀ ଆଇଏନଡୀଆଇ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଏହି ପ୍ରସଙ୍ଗରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଦାବିକୁ ଦୋହରାଇଥିଲେ।ଆଜି ସରକାରଙ୍କ ଘୋଷଣାରେ ଏହା ସ୍ପଷ୍ଟ ଯେ ଏହି ସମ୍ପର୍କରେ କୌଣସି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ନାହିଁ।ରିଜିଜୁ କହିଛନ୍ତି ଯେ ସଂସଦୀୟ ନିୟମ ଅନୁଯାୟୀ ଅଧିବେଶନ ସମୟରେ ସମସ୍ତ ବିଷୟ ଉପରେ ଆଲୋଚନାସମ୍ଭବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande